ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍ କିମ୍ବା ଦୋକାନରେ ଥିବା ସ୍ୱାପ୍ ମେସିନରୁ ଟଙ୍କା ଉଠାଇବାର ନୂଆ ନିୟମ ଲାଗୁ କରିଛି। ନୂଆ ନିୟମ ଅନୁଯାୟୀ, ମାସିକ ମାଗଣା ସୀମା ସମାପ୍ତ ହେବା ପରେ ବ୍ୟାଙ୍କଗୁଡ଼ିକ ପ୍ରତି ଏଟିଏମ୍ ଉଠାଣ ପାଇଁ ସର୍ବାଧିକ ୨୩ ଟଙ୍କା ଏବଂ ଟିକସ ନେଇପାରିବେ। ତେବେ ଆଶ୍ୱସ୍ତିର କଥା ହେଲା ଏବେ ବ୍ୟାଙ୍କଗୁଡ଼ିକୁ ଆପଣଙ୍କୁ କେତେ ମାଗଣା ଟ୍ରାଞ୍ଜାକ୍ସନ ବାକି ରହିଛି ସେ ବିଷୟରେ ପ୍ରଥମେ ସୂଚନା ଦେବାକୁ ହେବ। ଏବଂ ଲିମିଟ ସରିଗଲେ କେତେ ଟଙ୍କା ଚାର୍ଜ ଲାଗିବ ସେ ନେଇ ବି ଆଗୁଆ ସୂଚନା ଦେବେ ବ୍ୟାଙ୍କ।

ଫ୍ରି ଟ୍ରାଞ୍ଜାକ୍ସନର ନୂଆ ନିୟମ କ’ଣ ?

ଯେଉଁ ମାନଙ୍କର ସେଭିଂ ବ୍ୟାଙ୍କ ଆକାଉଣ୍ଟ ଅଛି ସେମାନେ ପ୍ରତି ମାସ ୫ଟି ମାଗଣା ଏଟିଏମ୍ ଟ୍ରାଞ୍ଜାକ୍ସନ କରିପାରିବେ। ଏଥିରେ କ୍ୟାସ ଉଠାଇବା, ବାଲାନ୍ସ ଚେକ୍ କରିବା କିମ୍ବା ମିନି-ଷ୍ଟେଟମେଣ୍ଟ ଯାଞ୍ଚ କରିବା ସାମିଲ ରହିଛି। ଅର୍ଥାତ ଯଦି ଆପଣ ଥରେ କ୍ୟାସ୍ ଉଠାଇଛନ୍ତି ଆଉ ଦୁଇଥର ବାଲାନ୍ସ ଚେକ୍ କରିଛନ୍ତି ଏବଂ ଆଉ ଦୁଇଥର ମିନି ଷ୍ଟେଟମେଣ୍ଟ ଚେକ୍ କରିଛନ୍ତି, ତେବେ ଏତିକିରେ ଆପଣଙ୍କର ମାଗଣା ଟ୍ରାଞ୍ଜାକ୍ସନ ଶେଷ ହୋଇଯିବ। ଏହାପର ଠାରୁ ଆପଣ ଯାହା ବି କରବାର କରିବେ ଏଥିପାଇଁ ଟ୍ୟାକ୍ସ ଓ ଚାର୍ଜ ଦେବାକୁ ପଡ଼ିବ।

ଅନ୍ୟ ବ୍ୟାଙ୍କର ATM ବ୍ୟବହାର କଲେ ସହର ଅନୁସାରେ ନିୟମ ବି ଅଳଗା ହେବ

ଆପଣ ଜାଣିଲେ ଯେ ସେଭିଂ ବ୍ୟାଙ୍କ ଆକାଉଣ୍ଟ ପାଇଁ ପ୍ରତି ମାସରେ ୫ଟା ମାଗଣା ଏଟିଏମ୍ ଟ୍ରାଞ୍ଜାକ୍ସନର ସୁବିଧା ମିଳିବ। ଯେଉଁଥିରେ କ୍ୟାସ ଉଠାଇବା, ବାଲାନ୍ସ ଚେକ କରିବା ଏବଂ ମିନି ଷ୍ଟେଟମେଣ୍ଟ ଯାଞ୍ଚ କରିବା ସାମିଲ ରହିବ। ହେଲେ ଯଦି ଆପଣ କୌଣସି ଅନ୍ୟ ବ୍ୟାଙ୍କର ଏଟିଏମ୍ ସେବା ବ୍ୟବହାର କରୁଛନ୍ତି, ତେବେ ସହର ଅନୁସାରେ ଏହାର ନିୟମରେ ପରିବର୍ତ୍ତନ ହୋଇପାରେ।

Also Read- ଡିସେମ୍ବର ମାସରେ ୧୭ ଦିନ ବ୍ୟାଙ୍କ ବନ୍ଦ: କେଉଁ ଦିନ ବନ୍ଦ ରହିବ ଜାଣନ୍ତୁ ପୂରା ଲିଷ୍ଟ

ମୁମ୍ବାଇ, ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଭଳି ମେଟ୍ରୋ ସହରରେ ମାସକୁ ୩ଟି ଟ୍ରାଞ୍ଜାକ୍ସନ ଫ୍ରି ରହିବ। ସେହିପରି ନନ ମେଟ୍ରୋ ସହର (ଉପରୋକ୍ତ ୬ ସହରକୁ ଛାଡ଼ି ଦେଲେ ଦେଶର ଅନ୍ୟ ସବୁ ସହର ସ୍ଥାନରେ) ରେ ମାସକୁ ୫ଟି ଟ୍ରାଞ୍ଜାକ୍ସନ ମାଗଣା ରହିବ। ସେହିପରି ଯଦି ଆପଣ ମାସକ ଭିତରେ ମେଟ୍ରୋ ଓ ଅନ୍ୟ ସ୍ଥାନରେ ଏଟିଏମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ମୋଟ ସେହି ୫ଟି ଫ୍ରି ଟ୍ରାଞ୍ଜାକ୍ସନ ସୁବିଧା ମିଳିବ।

ଅନ୍ୟ ବ୍ୟାଙ୍କ ଏଟିଏମରୁ ଗୋଟିଏ ଥର ମାତ୍ର ୧୦ ହଜାର ନଗଦ କାଢ଼ିପାରିବେ

ନୂଆ ନିୟମ ଅନୁସାରେ, ଅନ୍ୟ ବ୍ୟାଙ୍କର ଏଟିଏମରୁ ଗୋଟିଏ ଥର ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ପାରିବେ। ତେବେ ନିଜ ବ୍ୟାଙ୍କ ଏଟିଏମ୍ ଉଠାଣ ଲିମିଟି୍କୁ ଗ୍ରାହକଙ୍କୁ ମନେ ରଖିବାକୁ ହେବ। ଯଦି କୌଣସି ଯାନ୍ତ୍ରୀକ ସମସ୍ୟା ଯଥା-ନେଟୱର୍କ ଫେଲ୍, ଏଟିଏମ ଖରାପ ହେବା କିମ୍ବା ମେସିନ ଟଙ୍କା ନଥିବାରୁ ଟ୍ରାଞ୍ଜାକ୍ସନ ଫେଲ୍ ହୁଏ ତେବେ ଏହାକୁ ଆପଣଙ୍କର ଟ୍ରାଞ୍ଜାକ୍ସନ ଲିମିଟ ସହ ଗଣନା କରାଯିବ ନାହିଁ। ସେହିପରି, ବ୍ୟାଙ୍କ କିମ୍ବା ସେବା ପ୍ରଦାନକାରୀଙ୍କ ତ୍ରୁଟି ପାଇଁ ଯଦି ଆପଣଙ୍କର ଟ୍ରାଞ୍ଜାକ୍ସନ ହେଲାନି ତେବେ ବି ଆପଣଙ୍କର ମାଗଣା ସୀମା କମିବ ନାହିଁ କି କୌଣସି ଶୁଳ୍କ ନିଆଯିବ ନାହିଁ। ସରଳ ଭାଷାରେ କହିବାକୁ ଗଲେ, ବ୍ୟାଙ୍କ କିମ୍ବା ମେସିନ୍ ଖରାପ ଯୋଗୁ ଆପଣଙ୍କର ମାଗଣା କାରବାର ସୀମାରେ ହ୍ରାସ ହେବ ନାହିଁ।

ଏଟିଏମରେ କେଉଁସବୁ ସୂଚନା ଦେବା ଜରୁରୀ ?

ତେବେ ଗ୍ରାହକଙ୍କ ସୁବିଧା ପାଇଁ ଆର୍ବିଆଇ ଏଟିଏମ ନିୟମକୁ କଡ଼ାକଡ଼ି କରିଛି। ଏବେ ପ୍ରତ୍ୟେକ ଏଟିଏମକୁ ଇଂରାଜୀ, ହିନ୍ଦୀ ଏବଂ ସ୍ଥାନୀୟ ଭାଷାରେ ଏକ ସ୍ପଷ୍ଟ ସୂଚନା ପ୍ରଦର୍ଶନ କରିବାକୁ ପଡିବ। ଏଥିରେ ଗ୍ରାହକ ଥରକେ କେତେ କ୍ୟାସ୍ କାଢ଼ି ପାରିବ ? ମାସକୁ କେତେ ଟ୍ରାଞ୍ଜାକ୍ସନ ଫି ଅଛି ଓ ଲିଟିମ ସରିବା ପରେ କେତେ ଚାର୍ଜ ଲାଗିବ ? ଏଟିଏମ୍ ଆଇଡିଣ୍ଟିଫିକେସନ ନମ୍ବର, ହେଲ୍ପ ଡେସ୍କର ଯୋଗାଯୋଗ ନମ୍ବର, ପରିଚାଳନା କରୁଥିବା ବ୍ୟାଙ୍କର ଏଟିଏମ୍ ପରିଚୟ ନମ୍ବର, ଏବଂ ଟୋଲ୍-ଫ୍ରି ଗ୍ରାହକ ସେବା ନମ୍ବର ଆଦି ସୂଚନା ଏଟିଏମ୍ ସ୍କ୍ରିନରେ ପ୍ରଦର୍ଶନ କରିବାକୁ ହେବ।

Also Read- ଡିସେମ୍ବର ମାସରେ ୧୭ ଦିନ ବ୍ୟାଙ୍କ ବନ୍ଦ: କେଉଁ ଦିନ ବନ୍ଦ ରହିବ ଜାଣନ୍ତୁ ପୂରା ଲିଷ୍ଟ

କେବଳ ସେତିକି ନୁହେଁ, କୌଣସି ସମସ୍ୟା ହେଲେ ନିଜ ବ୍ୟାଙ୍କରେ ଯାଇ ଅଭିଯୋଗ କରିବାକୁ ପରାମର୍ଶ ଦେବା, ଏଟିଏମରେ ଟଙ୍କା ନଥିଲେ, ଟ୍ରାଞ୍ଜାକ୍ସନ ପୂର୍ବରୁ ସ୍କ୍ରିନରେ କ୍ୟାସ୍ ଉପଲବ୍ଧ ନାହିଁ ବୋଲି ମେସେଜ୍ ପ୍ରଦର୍ଶନ କରିବା ସହିତ ଏଟିଏମ୍ ମେସିନ୍ରେ ଚିପ୍ ଆଣ୍ଡ ପିନ ବାଲା କାର୍ଡ(EMV) ସପୋର୍ଟ କରିବା ଅନିର୍ବାର୍ଯ୍ୟ ହେବ।

PoSରେ କ୍ୟାସ୍ ଉଠାଇବା ନିୟମ

ATM ବାଦ ଗ୍ରାହକ ଚାହିଁଲେ ଷ୍ଟୋର କିମ୍ବା ମାର୍ଚ୍ଚାଣ୍ଟ ସେଣ୍ଟରେ ଥିବା ଯୋଗ୍ୟ PoS (ସ୍ୱାପ୍/ପେମେଣ୍ଟ) ମେସିନରୁ ମଧ୍ୟ ଟଙ୍କା ଉଠାଇ ପାରିବେ। ଏହି ସୁବିଧା ଡେବିଟ୍ କାର୍ଡ, ଫୁଲ-KYC ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ବ୍ୟାଙ୍କ କିମ୍ବା ନନ-ବ୍ୟାଙ୍କ PPI), ଏବଂ UPI ମାଧ୍ୟମରେ ମିଳିଥାଏ।

ନିୟମକୁ ସ୍ପଷ୍ଟ ଓ ଗୋଟିଏ ପ୍ରକାରର କରିବା ପାଇଁ ଆରବିଆଇ ଏଟିଏମ୍ ଓ ପିଓଏସ୍‌ରେ କ୍ୟାସ ଉଠାଇବାର ୧୭ଟି ପୁରୁଣା ସର୍କୁଲାରକୁ ଯୋଡ଼ି ନୂଆ ନିୟମ(ମାଷ୍ଟର ଡାଇରେକ୍ସନ) ତିଆରି କରିଛି। ଏହି ନୂଆ ନିୟମ ୨୭ ନଭେମ୍ବର ୨୦୨୬ ଠାରୁ ଲାଗୁ ହୋଇ ସାରିଛି।