ପୁରୀ ୧୭।୦୭ : ଦ୍ଵିତୀୟ ଦିନରେ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଶ୍ରୀଗୁଣ୍ଡିଚା ଅଭିମୁଖେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚାଲିଛି । ଶେଷରେ ଚାଲିଛି ବଡ଼ ସାଆନ୍ତେଙ୍କ ନନ୍ଦିଘୋଷ ରଥ। ବଡ଼ଦାଣ୍ଡରେ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି।

ବଡ଼ଦାଣ୍ଡରେ ନନ୍ଦୋଘୋଷ ରଥ ଅଟକି ଅଟକି ଆଗକୁ ଚାଲିଛି। ଭକ୍ତଙ୍କ ଗହଣରେ କାଳିଆ ସାଆନ୍ତ ଟିକେ ଟିକେ ଅଟକି ଯାଉଛନ୍ତି। ବୁଧବାର ଅବିଶ୍ରାନ୍ତ ବର୍ଷା ପରେ ଆଜି ପାଗ ଭଲ ରହିଛି । ପୁରୀରେ ଶୁଖିଲା ପାଗ ବି ରହିଛି। ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ରଥ ତ୍ରୟକୁ ଟାଣି ନେଉଛନ୍ତି। ଡାହୁକ ଡାକରେ ଶ୍ରୀଜିଉଙ୍କ ତିନି ରଥ ଘର୍ଘର ନାଦ କରି ଶ୍ରୀଗୁଣ୍ଡିଚା ଅଭିମୁଖେ ମାଡ଼ି ଚାଲିଛନ୍ତି ।

​​​​​​​Also Read:-ଜହ୍ଲାଦ ବାପା ଗିରଫ, ପୁଅକୁ ହତ୍ୟା କରି ଘରୁ ଫେରାର ଥିଲା

ବିଶ୍ଵନିୟନ୍ତାଙ୍କ ମାନବୀୟ ଲୀଳା ଦେଖି ଶ୍ରଦ୍ଧାଳୁମାନେ କୃତାର୍ଥ ମଣୁଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ମଧ୍ୟରୁ ଅଧିକ ପ୍ରସ୍ତୁତି କରାଯାଇଛି । ଗତକାଲି ଘଟିଥିବା ଘଟଣା ପରେ ପ୍ରଶାସନ ଅଧିକ ସଚେତନ ହୋଇଛି । କିପରି ଆଉ ବଡ଼ ଅଘଟଣ ନଘଟିବ । ସେଥିପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି ।