ସୋନପୁର: ଘରକୁ ଆସିଥିବା ମାଙ୍କଡ ଘଉଡ଼ାଇବା ହେଲା କାଳ । ନିଶୁଣିରୁ ପଡ଼ି ଜଣକର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କଦଳିପାଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ଜଣକ ହେଲେ ପ୍ରଫୁଲ୍ଲ ପଧାନ। ଆଜି ଗାଁକୁ ମାଙ୍କଡ ପଲ ଆସି ଉତ୍ପାତ କରୁଥିବାବେଳେ ଗଛ ଉପରେ ଥିଲେ।

also read-ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଜନ୍ମଦିନରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ, ଦିବ୍ୟାଙ୍ଗଙ୍କୁ ବାଣ୍ଟିବେ ସାଇକେଲ

ତାଙ୍କୁ ଘଉଡାଇବାକୁ ଯାଇ ଗଛରେ ଥିବା ଏକ ନିଶୁଣିକୁ ଚଢ଼ିଥିଲେ ପ୍ରଫୁଲ୍ଲ। ହେଲେ ନିଶୁଣି ଖସି ପଡ଼ିବାରୁ ପ୍ରଫୁଲ୍ଲ ତଳେ ପଡ଼ିଯାଇଥିଲେ । ତାଙ୍କୁ ପରିବାର ଲୋକ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି।