ପୁରୀ ୧୭।୦୬ : ରଥଖଳାରେ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା।ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ। ଚିରଟ କାଠ, ଖେ଼ଇକୁ ନେଇ ବିବାଦ ଦେଖାଦେଇଛି। ଯାହାଫଳରେ ରଥ ଖଳାରେ କାମ ବନ୍ଦ ରହିଛି।

ରଥଖଳାରେ ରଥ ନିର୍ମାଣ ବନ୍ଦ୍ କଲେ ରଥ ବିଶ୍ୱକର୍ମା ମହାରଣା।ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ। ଚିରଟ କାଠ , ଖେ଼ଇକୁ ନେଇ ବିବାଦ ଦେଖାଦେଇଛି।ପ୍ରତ୍ୟେକ ଦିନ ସକାଳ ୮ ଟା ରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ। ଆଜି ୫୮ ଦିନରେ କାର୍ଯ୍ୟ ଏଯାବତ୍ ଆରମ୍ଭ ହୋଇନାହିଁ।ଜିଦରେ ରହିଛନ୍ତି ତିନି ରଥର ମୁଖ୍ୟ ମହାରଣା ।

Also Read:-Electrocute : ବିଦ୍ୟୁତ ଆଘାତରେ ଛଟପଟ ହେଉଥିଲେ ସାନ ଯା'ଆ, ବଞ୍ଚାଇବାକୁ ଆସି ଟଳିପଡିଲା ବଡ଼

ତେବେ ସମାଧାନ ନହେବା ଯାଏଁ କାମ ଆରମ୍ଭ ନକରିବାକୁ ଚେତାବନୀ ଦେଇଛନ୍ତି। ମହାରଣାଙ୍କ କହିବା ମୁତାବକ ସ୍ଵତ୍ଵଲିପି ଅନୁଯାୟୀ ସେମାନେ ୪ ଫୁଟରୁ କମ୍ ବଳକା କାଠ ସେମାନେ ଖେଈ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି। କିନ୍ତୁ ଚିରଟ କାଠରେ ,ଯେ କୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା। ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ଦେଖାଦେଇଛି ବିବାଦ।