ଜଳେଶ୍ବର ୨୭।୯: ଉପର ମୁଣ୍ଡ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ଚତୁର୍ଥ ବନ୍ୟା ଆସିଛି । ଜଳେଶ୍ୱର ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ଏହା ବଢ଼ି ଆଜି ସକାଳ ୬ ବେଳକୁ ୧୧. ୬୮ ମିଟରରେ ପ୍ରବାହିତ ହେଉଛି ।

ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଫଳରେ ଜଳେଶ୍ୱର ବ୍ଲକର ପଶ୍ଚିମ ବାଡ଼, ବାଇଗଣ ବାଡିଆ, ଗଡ଼ ସାହି ବାଲିଆପାଳ ଆଦି ପଞ୍ଚାୟତ ଓ ବାଲିଆପାଳ ବ୍ଲଜର ୫ଟି ପଞ୍ଚାୟତ ଅସ୍ତି, ମଧୁପୁରା, ବାଲିଆପାଳ, ଜାମକୁଣ୍ଡା, ବିଷ୍ଣୁପୁର ପଂଚାୟତର ୩୦ରୁ ଅଧିକ ଗାଁ ପ୍ରବାହିତ ହୋଇଥିଲା ୪୦ ହଜାରରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି । ଅନେକ ଗାଁ ପାଣି ଘେରରେ ରହିଛି । ରାସ୍ତା ଉପରେ ୩ରୁ ୪ଫୁଟ ଉଚ୍ଚର ପାଣିର ସୁଅ ଛୁଟିଛି । ଲୋକମାନେ ଯାତାୟାତ ପାଇଁ ବୋଟ୍ କିମ୍ବା କାଠ ଡଙ୍ଗାର ସାହାରା ନେଉଛନ୍ତି ।

Also Read:- ବନ୍ୟାଜଳ ଘେରରେ ମା’ ଭଟ୍ଟାରିକା ପୀଠ, ୪ରୁ ୬ ଫୁଟ୍ ବଢ଼ିଲେ ବିଗ୍ରହ ସ୍ଥାନାନ୍ତର

ହଜାର ହଜାର ହେକ୍ଟର ଚାଷ ଜମିରେ ପାଣିର ଲହଡି ମାରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଜାଗାରେ ସରକାରୀ ରିଲିଫ୍ ସାମଗ୍ରୀ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ବିଶେଷ କରି ବାଲିଆପାଳ ବ୍ଲକ ଓ ଜଳେଶ୍ୱର ବ୍ଲକ ଧାନ, ପାନ, ମୀନର ଅଞ୍ଚଳ ହୋଇଥିଲା ବେଳେ ତିନି ତିନି ଥର ବନ୍ୟା ଚାଷ ବାସ ସମ୍ପୂର୍ଣ୍ଣ ଭାବେ ଉଜାଡି ଦେଇଥିଲା ବେଳେ ଚତୁର୍ଥ ବନ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ସୁବର୍ଣ୍ଣରେଖା ନଦୀର ଆସୁଥିବା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଲୋକମାନେ ଦାବୀ କରିଛନ୍ତି ।