ଭୁବନେଶ୍ୱର: କଂଗ୍ରେସକୁ ଫେରିଛନ୍ତି ବିଜେଡିର ପୂର୍ବତନ କର୍ପୋରେଟର ରମଜାନ ଖାନ। ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ରମଜାନ ଖାନ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି।

ମିଶ୍ରଣ ପର୍ବ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ରମଜାନ ଖାନଙ୍କ କଂଗ୍ରେସରେ ଯୋଗଦାନ ଫଳରେ ଦଳ ଆହୁରି ମଜବୁତ ହେବ। ରମଜାନ ପୂର୍ବରୁ ମଧ୍ୟ ଦୀର୍ଘଦିନ ଧରି କଂଗ୍ରେସ ସହ ଜଡ଼ିତ ଥିଲେ ଏବଂ ଏବେ ସେ ପୁଣି ଦଳକୁ ଫେରିଥିବା ସେ କହିଛନ୍ତି।

କଂଗ୍ରେସରେ ଯୋଗଦେବା ପରେ ରମଜାନ ଖାନ କହିଛନ୍ତି, “ମୁଁ ମୋ ନିଜ ଘରକୁ ଫେରିଛି।” ସେ କହିଛନ୍ତି ଯେ, ପ୍ରାୟ ୩୦ ବର୍ଷ ଧରି ସେ କଂଗ୍ରେସରେ କାର୍ଯ୍ୟ କରିଥିଲେ। ୨୦୧୪ ମସିହାରେ ସେ କଂଗ୍ରେସ ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ କର୍ପୋରେଟର ଭାବେ କାର୍ଯ୍ୟ କରିଥିବା କହିଛନ୍ତି।

Also Read: ନିଜ ସରକାରଙ୍କୁ କାଠଗଡ଼ାରେ ଠିଆ କଲେ ୩ ସାଂସଦ, ବିକାଶମୂଳକ କାର୍ଯ୍ୟର ମାନ ଓ ଗତିକୁ ନେଇ ଉଠାଇଲେ ପ୍ରଶ୍ନ

ରମଜାନ ଖାନ ଆହୁରି କହିଛନ୍ତି ଯେ, କଂଗ୍ରେସ ଦଳ ଏବେ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ସେ ତାହା ଗ୍ରହଣ କରିବେ। ଦଳକୁ ମଜବୁତ କରିବା ସହ କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।