ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକଦିବସୀୟ ଏବଂ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ଘୋଷଣା ହୋଇଛି । ଏହି ଘୋଷଣାକୁ ସମସ୍ତେ ଚାହିଁ ରହିଥିଲେ, କାରଣ ଏହା ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ ଅନ୍ତିମ ଚୟନ ହେବ ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା । ତେଣୁ, ସମସ୍ତେ ତାଙ୍କ ନିଷ୍ପତ୍ତି ଉପରେ ନଜର ରଖିଥିଲେ । ତେବେ ଅଧିକାଂଶ ଚୟନ ଆଶା ଅନୁଯାୟୀ ହୋଇଛି । ରୋହିତ ଶର୍ମା ଟିମ୍ ଇଣ୍ଡିଆରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ସେପଟେ ନମନ ଧୀର ଏବଂ ଆକିବ ନବିଙ୍କୁ ପ୍ରଥମ ଥର ଏକଦିବସୀୟ ଦଳ ପାଇଁ ଚୟନ କରାଯାଇଛି ।

ଭାରତୀୟ ଦଳ ସେପ୍ଟେମ୍ବର ଶେଷ ସପ୍ତାହରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଖେଳିବ । ଉପ-ଅଧିନାୟକ ଶ୍ରେୟସ ଆୟର ଏବଂ ଯଶପ୍ରିତ ବୁମରାହଙ୍କ ପରି ଷ୍ଟାର ଖେଳାଳିମାନେ ଦିନିକିଆ ସିରିଜର ଅଂଶ ନୁହଁନ୍ତି । ଏହି ଉଭୟ ଖେଳାଳି ୨୦୨୬ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେଣୁ ଆୟରଙ୍କ ସ୍ଥାନରେ କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଦିନିକିଆ ଟିମକୁ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟ ପ୍ରତ୍ୟାବର୍ତ୍ତନ ହୋଇଛି । ଟି-୨୦ ସିରିଜରେ ଶ୍ରେୟସ ଆୟର ଟିମର କ୍ୟାପ୍ଟେନ୍ସି କରିବେ ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦିନିକିଆ ସେପ୍ଟେମ୍ବର ୨୭ରେ ତିରୁବନନ୍ତପୁରମରେ , ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୩୦ରେ ଗୌହାଟୀରେ ଏବଂ ତୃତୀୟ ମ୍ୟାଚ୍ ଅକ୍ଟୋବର ୩ରେ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ । ଏହା ପରେ ଅକ୍ଟୋବର ୬ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ ।

ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତ (ସେପ୍ଟେମ୍ବର-ଅକ୍ଟୋବର ୨୦୨୬)

ପ୍ରଥମ ଦିନିକିଆ: ସେପ୍ଟେମ୍ବର ୨୭ (ତିରୁବନନ୍ତପୁରମ୍)

ଦ୍ୱିତୀୟ ଦିନିକିଆ: ସେପ୍ଟେମ୍ବର ୩୦ (ଗୌହାଟୀ)

ତୃତୀୟ ଦିନିକିଆ: ଅକ୍ଟୋବର ୩ (ନ୍ୟୁ ଚଣ୍ଡିଗଡ଼)

ପ୍ରଥମ ଟି-୨୦: ଅକ୍ଟୋବର ୬ (ଲକ୍ଷ୍ନୌ)

ଦ୍ୱିତୀୟ ଟି-୨୦: ଅକ୍ଟୋବର ୯ (ରାଞ୍ଚି)

ତୃତୀୟ ଟି-୨୦: ଅକ୍ଟୋବର ୧୧ (ଇନ୍ଦୋର)

ଚତୁର୍ଥ ଟି-୨୦: ଅକ୍ଟୋବର ୧୪ (ହାଇଦ୍ରାବାଦ)

ପଞ୍ଚମ ଟି-୨୦: ଅକ୍ଟୋବର୧୭ (ବେଙ୍ଗାଲୁରୁ)

 

ଭାରତର ଏକଦିବସୀୟ ଦଳ

ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଇଏୱାଡ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଧ୍ରୁବ ଜୁରେଲ, ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ଗୁରୁନୁର ବ୍ରାର, ମହମ୍ମଦ ସିରଜ, ଆକିବ ନବି, ଯଶସ୍ୱୀ ଜୟସ୍ୱାଲ, ନମନ ଧୀର ।

ଭାରତର ଟି-୨୦ ଦଳ

ଶ୍ରେୟସ୍ ଆୟର୍ (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ୍ କିଷନ୍ (ୱିକେଟ୍ କିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ତିଲକ ବର୍ମା (ଉପ-ଅଧିନାୟକ), ଶିବମ୍ ଦୁବେ, କୁଲଦୀପ ଯାଦବ, ଆକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ନୋଇ, ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ ।