ଭୁବନେଶ୍ୱର: ଚନ୍ଦକା ଜଙ୍ଗଲର ପ୍ରିୟ ଦନ୍ତା ହାତୀ ରାମୁ ପୁଣି ଥରେ ଠିଆ ହୋଇଛି। ତେବେ ଏଥର ଜୀବନ୍ତ ନୁହେଁ, ବରଂ ନିଜର ବିଶାଳକାୟ କଙ୍କାଳ (Skeleton) ମାଧ୍ୟମରେ ସେ ପର୍ଯ୍ୟଟକଙ୍କୁ ନିଜର ରାଜକୀୟ ଉପସ୍ଥିତିର ଅନୁଭବ ଦେବ। ଗୋଡ଼ିବାରି ନେଚର କ୍ୟାମ୍ପରେ ଦୀର୍ଘ ୫ ମାସର ପରିଶ୍ରମ ପରେ ପ୍ରାୟ ୨୫୦ରୁ ଅଧିକ ହାଡ଼କୁ ସଂଯୋଗ କରାଯାଇ ରାମୁର ଏହି ବିଶାଳ ଢାଞ୍ଚା ପ୍ରସ୍ତୁତ କରାଯାଇଛି।

Also Read:ମୋଦିଙ୍କ ଷ୍ଟାଇଲକୁ ଫଲୋ କରୁଛି କି TMC ? ପରିବା ଦୋକାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

  •   ୫ ମାସର ମାରାଥନ ପ୍ରକ୍ରିୟା ପରେ ୯୫ ପ୍ରତିଶତ କାମ ଶେଷ ହୋଇଛି ଏବଂ ଖୁବଶୀଘ୍ର ଏହା ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ।
  •   ୨ ଟନ୍ ଓଜନର ଏହି କଙ୍କାଳକୁ ସୁରକ୍ଷିତ ଭାବେ ଝୁଲାଇ ରଖିବା ପାଇଁ ୧୦ ଟନ୍ କ୍ଷମତା ବିଶିଷ୍ଟ ମଜବୁତ ଆଇରନ ସିଲିଂ (Iron ceiling) କରାଯାଇଛି।
  •   ଏହି ନିଆରା ପ୍ରୟାସକୁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
  •   ରାମୁର ମୃତ୍ୟୁ ରିପୋର୍ଟକୁ ନେଇ ଏବେ ବି ସସପେନ୍ସ ଲାଗି ରହିଥିବା ବେଳେ ଏହାର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ସଜାଯାଇଛି କଙ୍କାଳ
ରାମୁର ଏହି ସ୍କେଲିଟନକୁ ଏକ ବିଶେଷ କାଚ କ୍ୟାବିନ୍ (Glass cabin) ଭିତରେ ରଖାଯିବ। ପ୍ରାୟ ୨ ଟନ୍ ଓଜନର ଏହି ଢାଞ୍ଚାକୁ ଷ୍ଟେନଲେସ ଷ୍ଟିଲ କେବୁଲ ଏବଂ ରଡ୍ ସାହାଯ୍ୟରେ ଝୁଲନ୍ତା ଅବସ୍ଥାରେ ରଖାଯାଇଛି। ମେରୁଦଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ଷ୍ଟିଲ ରଡ୍ ଦିଆଯାଇଥିବା ବେଳେ ବକ୍ସ ସେକ୍ସନ ପାଇପ୍ (Box section pipe) ମାଧ୍ୟମରେ ଏହାକୁ ସଂଯୋଗ କରାଯାଇଛି। ଚନ୍ଦକା ଡିଏଫଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇ ପ୍ରାଣୀ ବିଶେଷଜ୍ଞ ଡ. ଶିବ ପ୍ରସାଦ ପରିଡ଼ା ଏବଂ ଶୁଭେନ୍ଦୁ ମଲ୍ଲିକ ଏହାର ଶେଷ ଯାଞ୍ଚ କରିଛନ୍ତି।

Also Read:Eggs Are Pure Vegetarian: ଏଭଳି ଦାବି କଲେ ଖାଦ୍ୟ ବିଶେଷଜ୍ଞ, ଅଣ୍ଡାକୁ ନେଇ ଆପଣଙ୍କ ମତ କଣ ?

ମାଟି ତଳୁ ଉଦ୍ଧାରରୁ ପ୍ରଦର୍ଶନୀ ପର୍ଯ୍ୟନ୍ତ ଯାତ୍ରା
ରାମୁର ମୃତ୍ୟୁର ୧୬ ମାସ ପରେ ଗତ ବର୍ଷ ଡିସେମ୍ବର ୯ ତାରିଖରେ ଭରତପୁର-ଡମପଡ଼ା ଜଙ୍ଗଲର ମାଟି ତଳୁ ଏହି କଙ୍କାଳ ଖୋଳି ବାହାର କରାଯାଇଥିଲା। ଏହା ପରେ ଭୁବନେଶ୍ୱର ରେଞ୍ଜ ଅଫିସରେ ସାବୁନ ଏବଂ ହାଇଡ୍ରୋଜେନ ପେରକସାଇଡ୍ ସାହାଯ୍ୟରେ ହାଡ଼ଗୁଡ଼ିକୁ ବହୁ କଷ୍ଟରେ ସଫା କରାଯାଇଥିଲା। ଏବେ କେବଳ ହାଡ଼ ଓ ଦାନ୍ତରେ ରଙ୍ଗ କାମ ବାକି ରହିଛି, ଯାହା ଆଗାମୀ ଦୁଇ ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି।

Also Read: Kejriwal Satyagraha vs Justice Sharma: ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ କୋର୍ଟକୁ ଯିବେନି ଅରବିନ୍ଦ କେଜ୍ରିୱାଲ, ଗାନ୍ଧୀଙ୍କ ସତ୍ୟାଗ୍ରହ ପଥ ଆପଣେଇଲେ AAP ମୁଖ୍ୟ

ରାମୁର ଲେଗାସୀ ଏବଂ ଅସମାପ୍ତ ପ୍ରଶ୍ନ
ଚନ୍ଦକା ଜଙ୍ଗଲର ଅନ୍ୟତମ ପ୍ରିୟ ହାତୀ ରାମୁର ଲେଗାସୀ (Legacy) କୁ ଆଗକୁ ନେବା ପାଇଁ ବନ ବିଭାଗ କର୍ମଚାରୀମାନେ ବେଶ ଭାବବିହ୍ୱଳ ଅଛନ୍ତି। ଏହି ପ୍ରକଳ୍ପ ଦେଶରେ ଏକ ନିଆରା କାର୍ଯ୍ୟ ହୋଇଥିବାରୁ ଏହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରନ୍ତୁ ବୋଲି ପ୍ରାଣୀ ବିଶେଷଜ୍ଞ ଅନୁରୋଧ କରିଛନ୍ତି। ତେବେ ରାମୁର ପୋଷ୍ଟମର୍ଟମ ରିପୋର୍ଟରେ କଣ ରହିଛି ଏବଂ ତାର ମୃତ୍ୟୁ କିଭଳି ହୋଇଥିଲା, ତାହା ଏବେ ବି ପଶୁପ୍ରେମୀଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ହୋଇ ରହିଛି।