ମୁମ୍ଵାଇ ୧୯।୦୯; ‘ରାମାୟଣ’... ଭାରତୀୟ ପୌରାଣିକ କାହାଣୀର ସେହି ଅମର ଗାଥା। ଯାହାକୁ ନେଇ ଏବେ ରୂପେଲି ପରଦାରେ ହେବାକୁ ଯାଉଛି ଏକ ମହାଗାଥାର ନିର୍ମାଣ। ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଆସୁଥିବା ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ଅଭିନୀତ ‘ରାମାୟଣ’କୁ ନେଇ ଉତ୍ସାହ ଏବେ ଶୀର୍ଷରେ। ଆଉ ଏହାରି ଭିତରେ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍।

ଭାରତରେ ହିନ୍ଦୀ ଭାଷାରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ଏବେ ବିଶ୍ୱ ଦର୍ଶକଙ୍କ ପାଖରେ ପହଞ୍ଚିବ ‘ରାମାୟଣ’। ଫିଲ୍ମର ଏକ ଇଂଲିଶ୍ ଭର୍ସନ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି। କିନ୍ତୁ ଏଠି ରହିଛି ଏକ ବଡ଼ ଟ୍ୱିଷ୍ଟ। ଚର୍ଚ୍ଚା ହେଉଛି, ହିନ୍ଦୀ ଭର୍ସନ୍‌ ତୁଳନାରେ ଇଂଲିଶ୍ ଭର୍ସନ୍‌ର ରନ୍‌ଟାଇମ୍‌ ପ୍ରାୟ ୩୦ ମିନିଟ୍‌ କମ୍‌ ହୋଇପାରେ। କେବଳ ସେତିକି ନୁହେଁ, ଇଂଲିଶ୍ ଭର୍ସନ୍‌ରୁ ଗୀତଗୁଡ଼ିକୁ ମଧ୍ୟ ବାଦ୍‌ ଦିଆଯାଇପାରେ ବୋଲି ରିପୋର୍ଟ ରହିଛି। ଅର୍ଥାତ୍‌ ଭାରତୀୟ ଦର୍ଶକଙ୍କ ପାଇଁ ଯେଉଁଠି ରହିବ ଗୀତ, ସଙ୍ଗୀତ ଓ ଭାବନାର ବିସ୍ତୃତ ପ୍ରସ୍ତୁତି, ସେଠାରେ ଗ୍ଲୋବାଲ୍‌ ଦର୍ଶକଙ୍କ ପାଇଁ କାହାଣୀକୁ ଅଧିକ ଫାଷ୍ଟ୍‌ ରଖିବାକୁ ଚେଷ୍ଟା ହେଉଥିବା କୁହାଯାଉଛି। ତେବେ ଏହି ଖବର ଏପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ଘୋଷଣା ହୋଇନାହିଁ। ତେଣୁ ଇଂଲିଶ୍ ଭର୍ସନ୍‌ରେ ପ୍ରକୃତରେ କେତେ ପରିବର୍ତ୍ତନ ହେବ, ତାହା ଫିଲ୍ମର ଫାଇନାଲ୍‌ କଟ୍‌ ପରେ ହିଁ ସ୍ପଷ୍ଟ ହେବ।

​​​​​​​ଏପଟେ ଗଣେଶ ଚତୁର୍ଥୀ ଅବସରରେ ‘ରାମାୟଣ’ର ପ୍ରଥମ ଗୀତ ‘ଜୟ ଜୟ ରାମ’ ରିଲିଜ୍‌ ହୋଇସାରିଛି। ଏଆର୍‌ ରହମାନଙ୍କ ସଙ୍ଗୀତରେ ପ୍ରସ୍ତୁତ ଏହି ଗୀତରେ କଣ୍ଠ ଦେଇଛନ୍ତି ଅରିଜିତ ସିଂହ ଏବଂ ଶ୍ରେୟା ଘୋଷାଲ୍‌। ଗୀତରେ ଦର୍ଶକ ଦେଖିବାକୁ ପାଇଛନ୍ତି ଶ୍ରୀରାମ ଓ ମାତା ସୀତାଙ୍କ ବିବାହଠାରୁ ଆରମ୍ଭ କରି ବନବାସ ଯାତ୍ରା ପର୍ଯ୍ୟନ୍ତର ଅନେକ ଗୁରୁତ୍ୱପୂର୍ଣ୍ଣ ଝଲକ। ଏହି ଝଲକ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇ ଦେଇଛି।