ନୂଆଦିଲ୍ଲୀ, ୧୯/୦୯ : ବିମାନରେ ରହିଗଲା ଉପ ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍ ଫୋନ୍ । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମୋବାଇଲ ଲଣ୍ଡନରୁ ଫେରୁଥିବା ବେଳେ ବ୍ରିଟିଶ୍ ଏୟାରଓ୍ୱେଜ ବିମାନରେ ରହିଯାଇଥିଲା । ସେ ମୁମ୍ବାଇ ବିମାନ ବନ୍ଦରରେ ଓହ୍ୱାଇବା ପରେ ଏହା ଜାଣିବାକୁ ପାଇଥିଲେ । ସପ୍ତାହେ ଧରି ଲଣ୍ଡନ ବୁଲିବା ପରେ ସିନ୍ଦେ ଗୁରୁବାର ରାତିଟାରେ ଛତ୍ରପତି ଶିବାଜୀ ବିମାନବନ୍ଦରରେ ଓହ୍ୱାଇଥିଲେ । କିନ୍ତୁ ରାତିଟାରେ ତାଙ୍କର ଆଇଫୋନ୍ ହଜି ଯାଇଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ମୋବାଇଲର ସନ୍ଧାନ ଆରମ୍ଭ ହୋଇଥିଲା ।

ଯେତେବେଳେ ସିନ୍ଦେଙ୍କ ଫୋନ୍ ମିଳିନଥିଲା ସେହି ସମୟରେ ତାଙ୍କ ଟିମ୍ ପୋଲିସକୁ ଏବାବଦରେ ଖବର ଦେଇଥିଲା । ମୁମ୍ବାଇ ପୋଲିସ ତୁରନ୍ତ ବ୍ରିଟିଶ ଏୟାରଓ୍ୱେଜର ସୁରକ୍ଷା କର୍ମୀଙ୍କ ସହ ସମ୍ପର୍କ କରିଥିଲା । ସର୍ଚ୍ଚ ଅପରେସନ ଆରମ୍ଭ ହେବାର ଏକ ଘଣ୍ଟା ପରେ ଅର୍ଥାତ ରାତିଟାରେ ବିମାନ ମଧ୍ୟମୋବାଇଲ ଫୋନକୁ ସୁରକ୍ଷାକର୍ମୀ ପାଇଥିଲେ । ପରେ ଫୋନକୁ ଏକନାଥଙ୍କୁ ପ୍ରଦାନ କରାଯାଇଥିଲା ।

Also Read :- ତେହରାନ ସରକାରରେ ମହିଳାଙ୍କ ବଡ଼ ବିପ୍ଳବ, ବିନା ହିଜାବରେ ଦୌଡିଲେ ୧୦ କିଲୋମିଟର

ଏକନାଥ ଦୈନନ୍ଦିନ କଥାବାର୍ତ୍ତା ଏବଂ ଭିଡିଓ କଲ୍ ପାଇଁ ଆଇଫୋନ୍ ବ୍ୟବହାର କରିଥାନ୍ତି । ଅଧିକାଂଶ ସମୟରେ ସେ ଏହାକୁ ତାଙ୍କର ପିଏଙ୍କୁ ପ୍ରଦାନ କରିଥାନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ ସିନ୍ଦେ ଫୋନ୍ ଛାଡି ଦେଇଥିଲେ । ଏହାପୂର୍ବରୁ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଏକ ଫୋନ୍ କେଉଁଠି ହଜି ଯାଇଥିଲା । ପରେ ପୋଲିସ ଏହାକୁ ଉଦ୍ଧାର କରିଥିଲା ।

ସୂଚନାଯୋଗ୍ୟ, ଗତତାରିଖରେ ଏକନାଥ ନିଜର କିଛି ସହକର୍ମୀଙ୍କ ସହ ଇଂଲଣ୍ଡଗସ୍ତ କରିଥିଲେ । ଏକ ସପ୍ତାହ ଧରି ସେ ସେଠାରେ ରହିଥିଲେ । ଏହାସହ ଅନେକ ଜରୁରୀ କାର୍ଯ୍ୟକ୍ରମରେ ଭାଗ ମଧ୍ୟ ନେଇଥିଲେ । ଏପରିକି ସେ କ୍ରିକେଟର ବିରାଟ କୋହଲିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।