ନୂଆଦିଲ୍ଲୀ: ଆଜିର ସମୟରେ ଆନିମେସନ୍ ଓ ଭିଏଫଏକ୍ସ ଜରିଆରେ ଅନେକ ପୌରାଣିକ କାହାଣୀ ଓ ଚରିତ୍ର ଉପରେ ଫିଲ୍ମ ଏବଂ ସିରିଜ୍ ନିର୍ମାଣ ହେଉଛି । କିନ୍ତୁ ୪୦ ବର୍ଷ ପର୍ବେ ରାମାନନ୍ଦ ସାଗର ରାମାୟଣ ତିଆରି କରିଥିଲେ, ଯାହା ସେହି ସମୟରେ ସବୁଠୁ ବଡ଼ ଏକ୍ସପ୍ୟାରିମେଣ୍ଟ ଥିଲେ । କ୍ୱାଲିଟି ସହ କୌଣସି ସାଲିସ୍ କରାଯାଇ ନ ଥିଲା । ଧାରାବାହିକର ଗୋଟିଏ ଗୋଟିଏ ଏପିସୋଡ୍ ପାଇଁ ୯-୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା ଏବଂ ତାଙ୍କୁ ଏହାର ଲାଭ ମଧ୍ୟ ମିଳିଥିଲା । ରାମାୟଣର ପ୍ରତିଟି ଏପିସୋଡ୍ ୪୦ ଲକ୍ଷ ଟଙ୍କା ଆୟ କରିଥିଲା ।

ରାମାୟଣ ପ୍ରସାରିତ ହେବାର ଚାରି ଦଶନ୍ଧି ବିତିଗଲାଣି, କିନ୍ତୁ ଏହା ବିଷୟରେ ଏବେ ବି ଆଲୋଚନା ହେଉଛି । ଗତ ଚାରି ଦଶନ୍ଧି ଧରି ରାମାୟଣ ଉପରେ ଉପରେ ଅନେକ ଧାରାବାହିକ ଏବଂ ଚଳଚ୍ଚିତ୍ର ନିର୍ମିତ ହୋଇଛି । ତଥାପି, କେହି ବି ରାମାନନ୍ଦ ସାଗରଙ୍କ ରାମାୟଣ ସହିତ ମେଳ ଖାଇପାରି ନାହିଁ । 

ରାମାୟଣ ଧାରାବାହିକ ମୁକ୍ତିଲାଭ ହେବାର ଚାରି ଦଶନ୍ଧି ବିତିଗଲାଣି ଏବଂ ଏହି ସମୟ ମଧ୍ୟରେ ଏଥିରେ ଅନେକ ପରିବର୍ତ୍ତନ ଆସିଛି । ଆଜିର ଲକ୍ଷେ ଟଙ୍କାର ମୂଲ୍ୟ ପୂର୍ବେ ବହୁ ଗୁଣ ଅଧିକ ଥିଲା । କହିବାକୁ ଗଲେ ୧୯୮୭ ମସିହାରେ ଏହି ଧାରାବାହିକ ତିଆରି କରିବାରେ ବହୁତ ଖର୍ଚ୍ଚ ହୋଇଥିଲା । ସେତେବେଳେ ଏହି ଧାରାବାହିକର ଗୋଟିଏ ଏପିସୋଡ୍ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ମୋଟ ୭୮ଟି ଏପିସୋଡ୍ ପ୍ରସ୍ତୁତ ହୋଇଥିଲା । ରାମାନନ୍ଦ ସାଗର ଏହି ଧାରାବାହିକ ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।

ରିପୋର୍ଟ ଅନୁଯାୟୀ ସେ ଧାରାବାହିକର ପ୍ରତି ଏପିସୋଡ୍ ୪୦ ଲକ୍ଷ ରୋଜଗାର କରିଥିଲେ । ଏହାର ଅର୍ଥ ହେଉଛି ଧାରାବାହିକଟି ପ୍ରତି ଏପିସୋଡ୍ ପାଇଁ ପ୍ରାୟ ୩୧ ଲକ୍ଷ ଲାଭ କରିଥିଲ । ଏହି ଶୋ’ଟି ଏତେ ହିଟ୍ ହୋଇଥିଲା ଯେ, ରିପୋର୍ଟ ଅନୁଯାୟୀ, ୧୯୮୭-୮୮ରେ ଦୂରଦର୍ଶନର ୮୨% ଭ୍ୟୁୟରଶିପ୍ କେବଳ ଏହି ଧାରାବାହିକରୁ ଆସୁଥିଲା । ଦର୍ଶକଙ୍କ ସଂଖ୍ୟା ଦୃଷ୍ଟିରୁ, ଏହା ୫୫ଟି ଦେଶରେ ପ୍ରସାରିତ ହୋଇଥିଲା ଏବଂ ୬୫୦ ନିୟୁତରୁ ଅଧିକ ଭ୍ୟୁ ପାଇଥିଲା ।