ଅଯୋଧ୍ୟା: ରାମମନ୍ଦିର ଦାନ ଚୋରି ମାମଲାରେ ଏ ପର୍ଯ୍ୟନ୍ତ ଅନେକ କଥା ସାମ୍ନାକୁ ଆସିଲାଣି। ଏହି କ୍ରମରେ ପୋଲିସ ରିମାଣ୍ଡରେ ପଚରା ଉଚରା କାଳରେ ଅଭିଯୁକ୍ତ ଅବିନାଶ ଶୁକ୍ଳା ଚୋରି ବାବଦ ଅନେକ ନୂଆ ତଥ୍ୟ ଦେଇଛି। ସେ କହିଛି ଯେ ଚୋରି ପରେ ଏହାର ଭାଗବଣ୍ଟା ହେଉଥିଲା। ଏହି ଭାଗବଣ୍ଟା ୧୪ କୋଶି ମାର୍ଗରେ ହେଉଥିଲା। ନିଜନିଜ ଭାଗ ନେବାକୁ ସବୁ ଅଭିଯୁକ୍ତ ସେଠାକୁ ଆସୁଥିଲେ। ଏହି ସୂଚନା ଆଧାରରେ ପୋଲିସ ଅବିନାଶକୁ ସେହି ସ୍ଥାନକୁ ନେଇଯାଇଥିଲା ଯେଉଁଠି ଭାଗବଣ୍ଟା ହୁଏ। ସେଠାରୁ ପୋଲିସ କରିଛି ସାମଗ୍ରୀ ଜବତ ମଧ୍ୟ କରିଛି।

ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ମାମଲାରେ ପୋଲିସ ଅବିନାଶ ଶୁକ୍ଲା, ଲବକୁଶ ମିଶ୍ର, ଅନୁକଳ୍ପ ମିଶ୍ର, ମନିଷ କୁମାର ଯାଦବ, କଋଣେଶ ପାଣ୍ଡେୟ ଓ ରାମଶଙ୍କର ଯାଦବ ଓରଫ ଟିନୁ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଛି। କୋର୍ଟ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ପୋଲିସ ସମସ୍ତଙ୍କୁ ପଚରାଉଚରା କରୁଛି। ତେବେ ରାମମନ୍ଦିର ଦାନ ଚୋରି ମାମଲାରେ ଅବିନାଶ ଶୁକ୍ଳ କୁ ପୋଲିସ ଏବେ ମୁଖ୍ୟ ଅଭିଯୁକ୍ତ କରିଛି। କାରଣ ଚୋରି ଦାନରୁ ସବୁଠୁ ବଡ଼ ରାଶି ତାଠାରୁ ଜବତ ହୋଇଥିଲା।

ସୂତ୍ର ଅନୁସାରେ ରାମମନ୍ଦିର ଦାନ ଚୋରି ଅଭିଯୁକ୍ତ ଅବିନାଶ ଶୁକ୍ଳାଠାରୁ ୨୦ଲକ୍ଷ, ଅନୁକଳ୍ପ ମିଶ୍ର ଠାରୁ ୧୬ ଲକ୍ଷ, କଋଣେଶ ପାଣ୍ଡେୟ ଠାରୁ ୧୮ଲକ୍ଷ ଓ ଲବକୁଶ ମିଶ୍ର ଠାରୁ ୧୪ଲକ୍ଷ ୩୨ ହଜାର, ମନିଷ ଯାଦବ ନିକଟରୁ ୨ଲକ୍ଷ, ରମାଶଙ୍କର ମିଶ୍ରଙ୍କ ଠାରୁ ପାଖାପାଖି ୭ଲକ୍ଷ ଓ ରାମଶଙ୍କର ଯାଦବ ଓରଫ ଟିନୁ ନିକଟରୁ ୨୦ଲକ୍ଷ ଟଙ୍କା ଜବତ ହୋଇଥିଲା। ସେମାନେ ଚୋରାଇଥିବା ଦାନରେ ୫୦୦ରୁ ଆରମ୍ଭ କରି ୧୦ ଟଙ୍କା ନୋଟ୍ ମଧ୍ୟ ଥିଲା। ଏହା ଛଡା ସେମାନଙ୍କଠାରୁ କଏନ ମଧ୍ୟ ଜବତ ହୋଇଛି। ଏବେ ଜାଣିବାକୁ ମିଳୁଛି ଯେ ରାମମନ୍ଦର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ପୋଲିସକୁ ସୂଚିତ ନ କରି ତଥା ବିନା ଅଧିକାରୀକ ସୂଚନାରେ ବିପୁଳ ଧନରାଶି ଜବତ କରିଥିଲେ।

ଅଭିଯୁକ୍ତଙ୍କ ପାଖରୁ ଆମେରିକୀୟ ଡଲାର ମଧ୍ୟ ଜବତ ହୋଇଛି। ପୋଲିସ ପଚରା ଉଚରା କାଳରେ ଅବିନାଶ ଶୁକ୍ଳ ଦାନ ଗଣନା କାଳରେ ହଡ଼ପ ଓ ଚୋରି ଅଭିଯୋଗକୁ ସ୍ୱୀକାର କରିଛି। ସେ କହିଛି ଯେ ଚୋରି ଧରାପଡିଯିବା ପରେ ନିଜ ପାଖରେ ରଖିଥିବା ବଳକା ଟଙ୍କାକୁ ସେ ଟ୍ରଷ୍ଟକୁ ଦାନ କରିଦେଇଛି। ଏହା ପରେ ଟ୍ରଷ୍ଟ ଅଭିଯୁକ୍ତଙ୍କ ସୂଚନା ଅନୁସାରେ ଦାନ ଚୋରି ନଗଦ ଅର୍ଥ ଓ ଆଭୂଷଣ ଜବତ କରାଯାଇଥିଲା।