ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ରାମ କପୁର ନିକଟରେ ରିଆଲିଟି ଶୋ’ ‘ଲକ୍ ଅପ୍’ରେ ନଜର ଆସିଥିଲେ। ଶୋ’ରେ ତାଙ୍କର ଗେମ୍ ଏବଂ କୁଲ୍ ପର୍ସନାଲିଟିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। କିନ୍ତୁ ଏହି ଶୋ’ରେ ଅଭିନେତ୍ରୀ ଶ୍ରେୟା କାଲରାଙ୍କ ସହ ରାମ କପୁରଙ୍କ ବ୍ୟବହାରକୁ ନେଇ ବିବାଦ ଉପୁଜିଥିଲା। ଶ୍ରେୟା କାଲରା ଅଭିଯୋଗ କରିଥିଲେ ଯେ, ରାମ କପୁର ତାଙ୍କୁ ବାରମ୍ବାର Kiss କରିବା ତାଙ୍କୁ ପସନ୍ଦ ନଥିଲା ଏବଂ ଏହା ତାଙ୍କୁ ଅନକମ୍ଫଟେବଲ୍ କରାଇଥିଲା। ଏହି ଅଭିଯୋଗ ପରେ ସୋସିଆଲ ମିଡିଆରେ ରାମ କପୁର ଟ୍ରୋଲିଂ ମଧ୍ୟ ହୋଇଥିଲା। ଏବେ ଏହି ପୂରା ବିବାଦ ଉପରେ ରାମ କପୁର ନିଜର ପକ୍ଷ ରଖିଛନ୍ତି।

ଶ୍ରେୟାଙ୍କ ଅଭିଯୋଗ ଉପରେ କ’ଣ କହିଲେ ରାମ?

ଏକ ସାକ୍ଷାତକାରରେ ରାମ କପୁର ଶ୍ରେୟା କାଲରାଙ୍କ ଅଭିଯୋଗ ସମ୍ପର୍କରେ କଥା କହିଥିଲେ। ରାମଙ୍କ କହିବା ଅନୁସାରେ, ଯଦି କେହି ତାଙ୍କ ବ୍ୟବହାରକୁ ଭୁଲ୍ ଅର୍ଥରେ ନିଅନ୍ତି, ତେବେ ଏସବୁ ତାଙ୍କୁ ଆଦୌ ଫରକ ପଡ଼େନି। ସେଥିପାଇଁ ସେ ନିଜକୁ ଆଦୌ ବି ବଦଳାଇବାକୁ ଚାହୁଁ ନାହାନ୍ତି। ରାମ କହିଥିଲେ ଯେ, ଶ୍ରେୟା ଶୋ’ରେ ମୋତେ ଏକଥା ବି କହିଥିଲେ ଯେ, ତାଙ୍କ କଥାର ଭୁଲ୍ ଅର୍ଥ ବାହାର କରାଯାଇଛି।

‘୨୭ ବର୍ଷର କ୍ୟାରିୟରରେ କେହି ପ୍ରଶ୍ନ ଉଠାଇନାହାନ୍ତି’

ରାମ କପୁର ତାଙ୍କର ୨୭ ବର୍ଷର ଅଭିନୟ କ୍ୟାରିୟର ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ, ଏତେ ବର୍ଷର କ୍ୟାରିୟରରେ କୌଣସି ଅଭିନେତ୍ରୀ ତାଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇ ନାହାନ୍ତି। ସେ କହିଥିଲେ, ସେ ଯେମିତି ଅଛନ୍ତି ସେମିତି ହିଁ ରହିବେ ଏବଂ କାହା ପାଇଁ ନିଜକୁ ବଦଳାଇବେ ନାହିଁ। ତାଙ୍କ ବ୍ୟବହାରକୁ କେହି ଭୁଲ୍ ବୁଝିଲେ, ତାକୁ ନେଇ ସେ ଆଦୌ ବି ଚିନ୍ତିତ ନୁହନ୍ତି। ସୋସିଆଲମିଡିଆ ଟ୍ରୋଲିଂକୁ ନେଇ ରାମ କହିଛନ୍ତି ଯେ, ଏଭଳି ଘଟଣା ଉପରେ ଅଧିକ ସମୟ ଦେବା ତାଙ୍କ ପାଇଁ ସମୟର ଅପଚୟ। ଜୀବନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ତେଣୁ ସେ ଏଭଳି ବିବାଦରେ ସମୟ ନଷ୍ଟ ନକରି ନିଜ ଜୀବନର ସକାରାତ୍ମକ ଦିଗ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।

 Also Read- ‘KGF’ ପୂର୍ବରୁ ୟଶ କିଏ ପଚାରିବାରୁ ନିର୍ମାତାଙ୍କ ଉପରେ ଭଡକିଲେ ୟଶଙ୍କ ମାଆ, କହିଲେ ବସ୍ ଡ୍ରାଇଭରଙ୍କ ପୁଅ.....