ନୂଆଦିଲ୍ଲୀ, ୦୭/୦୪ : ପାକିସ୍ତାନକୁ ଜବାବ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୋଲକାତାରେ ପଶି ଆକ୍ରମଣ କରିବା ନେଇ ବୟାନ ଦେଇଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱଜା ଆସିଫଙ୍କୁ ରାଜନାଥ କାଉଣ୍ଟର କରିଛନ୍ତି । ପାକିସ୍ତାନ ପୁରୁଣା ଭୁଲ କରୁଛି ବୋଲି ରାଜନାଥ ପ୍ରକାଶ କରିଛନ୍ତି ।

Also Read :-ହଠାତ ଗାଁ 'ଧାନବିଲ'ରେ ପହଁଚିଲା ୩ ହେଲିକପ୍ଟର ! ବାହାରିଲେ ୫୦ରୁ ଅଧିକ ଯବାନ...ଲୋକେ ଛାନିଆ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାନ ଏପରି ବୟାନବାଜିରୁ ଦୂରରେ ରହିବା ଦରକାର । ଇତିହାସ ସାକ୍ଷୀ ଅଛି ଯେ ପାକିସ୍ତାନ କିପରି ଭାରତଠୁ ପରାସ୍ତ ହୋଇଛି । ପାକିସ୍ତାନ ହାରିବା ଫଳରେ ବାଂଲାଦେଶ ଜନ୍ମ ନେଇଥିଲା । ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଏପରି ଉତ୍ତେଜନାମୂଳକ ବୟାନ ଦେବା ଅନୁଚିତ । ୫୦ ବର୍ଷ ତଳେ ଭାରତ ପାକିସ୍ତାନକୁ ଦୁଇ ଭାଗ କରିଥିଲା । ଯଦି ସେମାନେ ପଶ୍ଚିମବଙ୍ଗ ଉପରେ ଆଖି ପକାଇବେ ତେବେ ପାକିସ୍ତାନ କେତେ ଖଣ୍ଡ ହେବ ତାହା କେବଳ ଭଗବାନ ଜାଣିଛନ୍ତି ବୋଲି ରାଜନାଥ କହିଛନ୍ତି ।

ଆସିଫଙ୍କ ଫମ୍ପା ଧମକ

କିଛି ଦିନ ତଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱଜା ଆସିଫ୍ ଭାରତ ବିରୋଧୀ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଯଦି ଭାରତ କିଛି ପଦକ୍ଷେପ ନିଏ ତାହାଲେ ସେମାନେ କୋଲକାତାକୁ ଟାର୍ଗେଟ୍ କରିବେ । ଭାରତ ଆଉ ଥରେ ଅପରେସନ କଲେ ପାକିସ୍ତାନ କୋଲକାତାକୁ ନେଇଯିବ । ନୂଆଦିଲ୍ଲୀ କିଛି ବଡ ଧରଣର କରିବା ନେଇ ଯୋଜନା କରୁଥିବା ମଧ୍ୟ ଆସିଫ୍ ପ୍ରକାଶ କରିଥିଲେ । କିନ୍ତୁ ଏବେବାଦରେ ସେ କୌଣସି ପ୍ରମାଣ ଦେଇପାରିନଥିଲେ ।

ଉତ୍ତେଜନା କମୁନି

ପହଲଗାମ୍ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଁଚିଛି । ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ ଭାରତ ଅପେରସନ ସିନ୍ଦୂର ଆରମ୍ଭ କରିଥିଲା । ଯେଉଁଥିରେ ପାକିସ୍ତାନର ଅନେକ ଆତଙ୍କବାଦୀ ବେସକୁ ଟାର୍ଗେଟ୍ କରାଯାଇଥିଲା । ଟପ୍ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ନିପାତ କରାଯାଇଥିଲା । ଏହାପରେ ପାକିସ୍ତାନ ଏବଂ ଭାରତ ମଧ୍ୟ ତିନି ଦିନ ଧରି ମିସାଇଲ ଏବଂ ଡ୍ରୋନ୍ ଆଟାକ୍ ହୋଇଥିଲା ।