ଭୁବନେଶ୍ୱର ୧୩।୦୭ : ରାଜଧାନୀ କଲେଜ ପୁଣି ଅଶାନ୍ତ । କଲେଜ ପରିସରରେ ମାରପିଟ୍ ଏବଂ ଧସ୍ତାଧସ୍ତି । ରାଜଧାନୀ କଲେଜ କ୍ୟାମ୍ପସରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଏବଂ ଅଶାନ୍ତି ଲାଗିରହିଛି ।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ରାଜଧାନୀ କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲେ । ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହାଁ ହୋଇଥିଲେ । ଏପିରିକି କଲେଜ କ୍ୟାମ୍ପରେ ଥିବା ଚୌକିରେ ମାରପିଟ ହୋଇଥିଲେ । ଏହି ଗଣ୍ଡଗୋଳ ଲାଗି ଜଣେ ଛାତ୍ର ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଛାତ୍ରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଗଣ୍ଡଗୋଳରେ ସଂପୃକ୍ତ ଛାତ୍ରଙ୍କୁ ପୋଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି ।

Also Read:-ଦିନିକିଆରେ ଛାଡି଼ବେନି ରୋହିତ-ବିରାଟ, ଇଂଲଣ୍ଡ ବିପକ୍ଷରେ ନେବେ ପ୍ରତିଶୋଧ...ଗମ୍ଭୀରଙ୍କୁ ଦେବେ ଜବାବ !

ତେବେ ଅଣଛାତ୍ର ମୁକ୍ତ କ୍ୟାମ୍ପସ, ନିଶା ମୁକ୍ତ କ୍ୟାମ୍ପସ, ସିସିଟିଭି ଲଗାଇବା ପାଇଁ ଏବିଭିପି ପକ୍ଷରୁ କଲେଜ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଭେଟି ସମସ୍ୟା ସଂପର୍କରେ ଆଲୋଚନା ମଧ୍ୟ କରିଛନ୍ତି । ଏହି ଆଲୋଚନା ପରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଥିଲା । କଲେଜ ପରିସରରେ ଏବେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।