ନୂଆଦିଲ୍ଲୀ୦୧।୦୪;ଘରକୁ ପୁଣି ପୁର୍ନଜନ୍ମ ନେଇ ଫେରିଲେ ପୁଅ ! ସତ ହେଲା ଭବିଶ୍ୟବାଣୀ । ସମାନ ଦିନରେ ଜନ୍ମ । ଇନ୍ଦୋରରେ ଘଟିଥିବା ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟାକାଣ୍ଡ ମଧ୍ୟରେ ଏକ ସଂଯୋଗ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୋସିଆଲ ମିଡିଆରେ "ରାଜା ଫେରି ଆସିଛନ୍ତି" ବୋଲି ଦାବି କରାଯାଉଛି । ଦାବି ପଛରେ କାରଣ ହେଉଚି ଏକାଦଶୀ ଦିନ ଏବଂ ପୂର୍ବରୁ କରାଯାଇଥିବା ଭବିଷ୍ୟବାଣୀ । ରାଜା ରଘୁବଂଶୀଙ୍କ ବଡ ଭାଇ ସଚିନଙ୍କର ଏକ ପୁତ୍ର ସନ୍ତାନ ହୋଇଛି । ବିଶେଷ କଥା ହେଉଛି ଯେଉଁ ଏକାଦଶୀ ଦିନ ରାଜାଙ୍କୁ ହତ୍ୟା କରାଯାଇଥିଲା । ସେହି ଦିନ ହିଁ ଶିଶୁଟି ଜନ୍ମ ହୋଇଛି । ପରିବାର ଏହାକୁ କେବଳ ସଂଯୋଗ ନୁହେଁ, ଏକ ଦିବ୍ୟ ସଙ୍କେତ ବୋଲି ବେବେଚନା କରୁଛନ୍ତି ।

ପରିବାର ଅନୁଯାୟୀ, ଜଣେ ପଣ୍ଡିତ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଯେ ରାଜା ସେମାନଙ୍କ ଘରକୁ ଫେରିବେ । ଏବେ ସେହି ସମାନ ତାରିଖରେ ଶିଶୁଟି ଜନ୍ମ ହୋଇଛି । ପରିବାର ବିଶ୍ୱାସ ଆହୁରି ଗଭୀର ହୋଇଛି । ରାଜାଙ୍କ ମାଆ ଉମା ରଘୁବଂଶୀ ଭାବୁକ ହୋଇ କହିଛନ୍ତି ମୋ ପୁଅ ଫେରି ଆସିଛି । ନବଜାତ ଶିଶୁର ନାମ 'ରାଜା' ରଖାଯାଇଛି । ନବଜାତର ଗୃହ ପ୍ରବେଶ ପାଇଁ ଇନ୍ଦୋର ଘର ସଜାଯାଇଥିଲା । ବେଲୁନରେ 'ରାଜା ଫେରି ଆସିଛି' ବୋଲି ଲେଖାଯାଇଥିଲା । ପରିବାର ଏହି ମୂହୁର୍ତ୍ତକୁ ଏକ ନୂଆ ଆରମ୍ଭ ଏବଂ ସେମାନଙ୍କ ହଜିଯାଇଥିବା ପୁଅର ଫେରିବା ଭାବରେ ଦେଖୁଛନ୍ତି ।

ଗତବର୍ଷ ମେଘାଳୟରେ ରାଜା ରଘୁବଂଶୀଙ୍କୁ ହତ୍ୟା କରାଯାଇଥିଲା । ସେ ତାଙ୍କ ପତ୍ନୀ ସୋନମ ସିଂଙ୍କ ସହ ହନିମୁନରେ ଯାଇଥିଲେ । ମେ ୨୬ରେ ନିଖୋଜ ହୋଇଯାଇଥିଲେ। ବହୁତ ଦିନ ଧରି ଖୋଜା ଖୋଜି କରିବା ପରେ ଜୁନ୍ ୨ ତାରିଖରେ ସୋହରାଇ ୱେଇ ସୋଡେଙ୍ଗ ଜଳପ୍ରପାତ ନିକଟରେ ଏକ ଘାଟକୁ ରାଜାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତଦନ୍ତରୁ ଜଣାପଡିଛି ଯେ ସୋନମ ଅନ୍ୟ ଜଣେ ପୁରୁଷ ରାଜ କୁଶୱାହାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ତାଙ୍କୁ ହତ୍ୟା କରିବା ପାଇଁ ୩ ଜଣ ସୁଟରଙ୍କ ସହିତ ପ୍ଲାନ୍ କରାଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରିହଛି । ଏହି ଦୁଃଖଦ ଘଟଣା ମଧ୍ୟରେ ଏକ ସନ୍ତାନର ଜନ୍ମ ପରିବାର ପାଇଁ ଖୁସି ଆଣିଛି । ଏହି ରହସ୍ୟମୟ କାହାଣୀକୁ ଆହୁରି ଭାବପ୍ରବଣ କରିଛି ।

Also read- ବଢିଗଲା LPG ସିଲିଣ୍ଡର ଦାମ୍, ଏବେ ଏତେ ଟଙ୍କା ମହଙ୍ଗା : ଚିନ୍ତାରେ ବ୍ୟବସାୟୀ