ପ୍ରୟାଗରାଜ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଶନିବାର ସଂଧ୍ୟାରେ ପ୍ରୟାଗରାଜରେ ବିଶାଳ ଯୁବ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ‘ଛାତ୍ରୋଁ କି ଗୁଞ୍ଜ’ ନାମକ ଏହି କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି ଯେ ଆଜି ସଂଧ୍ୟାରେ ଆପଣଙ୍କ ସହ ‘ଦର୍ଦ, ଡାଟା ଓ ଧନ’ ସମ୍ପର୍କରେ ଆଲୋଚନା ପାଇଁ ଆପଣଙ୍କ ସହ ଅଛି। ସେ କହିଛନ୍ତି ଯେ ଭାରତ ନିକଟରେ ସବୁଠୁ ବଡ଼ ଯୁବ ଶକ୍ତି ରହିଛି, ଏହା ହିଁ ଆମ ଦେଶର ଅସଲ ତାକତ। ଲୋକେ ଆମେରିକା, ଋଷିଆ ଓ ଚୀନ୍ କଥା କହୁଛନ୍ତି। ହେଲେ ଭାରତର ଯୁବକଙ୍କ ଆଗରେ ସମସ୍ତେ ଫିକା।

ସେ କହିଛନ୍ତି ଯେ ଦେଶରେ ପ୍ରତି ୧୦୦୦ ଯୁବକଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ସ୍ଥାୟୀ ରୋଜଗାର ମିଳିପାରୁଛି। ତେବେ ସମସ୍ୟା ହେଉଛି ଛାତ୍ର ପାଠ ପଢୁଛନ୍ତି, ପଇସା ଖର୍ଚ୍ଚ କରୁଛନ୍ତି ତା ପରେ ବି ଦେଶରେ ରୋଜଗାର ର ସବୁ ରାସ୍ତା ବନ୍ଦ। ଆଜି ମେଡ ଇନ ଚାଇନା ଓ ମେଡ ଇନ ବାଂଲାଦେଶ ଉତ୍ପାଦ ସାରା ବିଶ୍ୱରେ ଦେଖା ଯାଉଛି ହେଲେ ମେଡ-ଇନ-ଇଣ୍ଡିଆ ନାହିଁ। ଏହା କେବଳ ଏଥି ପାଇଁ ଯେ ଦେଶରେ ନୋଟ ବନ୍ଦୀ ଓ ଜିଏସଟି କାର୍ଯ୍ୟକାରୀ କରାଯିବା ଯୋଗୁ ହୋଇଛି।

ଏଥିରେ ଦେଶର ବ୍ୟବସାୟୀଙ୍କ ଅନେକ କ୍ଷତି ହୋଇଛି। ଏଣୁ ଘରୋଇ କ୍ଷେତ୍ରରେ ନିଯୁକ୍ତି ସଂକୁଚିତ ହୋଇଛି। ସରକାରୀ କ୍ଷେତ୍ରରେ ଚାକିରି ବାହାରିଲେ ପେପର ଲିକ୍ ହୋଇ ଯାଉଛି। ଏଥିରେ ଯଦି ବି ଯାହା ଯେଉଁଠି ହେଉଛି ପ୍ରତି ଦେଢଶହ ଜଣରେ ଜଣକୁ ସରକାରୀ ଚାକିର ମିଳୁଛି। ରାହୁଲ ୟୁବକମାନଙ୍କୁ କହିଛନ୍ତି ଯେ ଆପଣମାନେ ହିଁ ଦେଶର ଅସଲ ତାକତ, ଦେଶର ଗୌରବ ମଧ୍ୟ। ଏଥିରେ ଯେତେବେଳେ ମୁଁ କହୁଛି ଆପଣ ଭାରତର ତାକତ କେବଳ ଏହି ଭିଡକୁ କହୁ ନାହିଁ। ଏଥିରେ ମୁଁ ଭାରତର ପ୍ରତ୍ୟେକ ନାଗରିକ ଓ ଯୁବକଙ୍କ କଥା କହୁଛି। ୪୦ କୋଟି ଉର୍ଜାବାନ ଯୁବକ ଭାରତର ତାକତ ଅଟନ୍ତି। ଏ କ୍ଷେତ୍ରେର ନା ଆମେରିକା ନା ଋଷିଆ ନା ଚୀନ କେହିବି ଭାରତ ସହ ସମାନ ହୋଇ ପାରିବେ ନାହିଁ।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଭାରତର ଯୁବକଙ୍କ ନିକଟରେ ଶକ୍ତି ଓ ଡାଟାର ସବୁଠୁ ବଡ଼ ପରିମାଣ ରହିଛି। ଆପଣଙ୍କ ଡାଟା ବିନା ଏଆଇର କୌଣସି ମୂଲ୍ୟ ନାହିଁ। ରାହୁଲ ଟିପ୍ପଣୀ କରିଛନ୍ତି ଯେ ଇଞ୍ଜିନିୟରିଂ ଓ ମେଡିକାଲ ପଢିବା ପାଇଁ ଆପଣଙ୍କଠାରୁ ଫି ଆଦାୟ କରାଯାଉଛି। ତା ସତ୍ତ୍ୱେବି ପରିଣାମ ପ୍ରମାଣ ପତ୍ର ନିରର୍ଥକ। କାରଣ ତାହା ଆପଣଙ୍କ ରୋଜଗାର ସୁନିଶ୍ଚିତ କରୁ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।