ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଜୋରଦାର ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କମ୍ପ୍ରୋମାଇଜଡ ପ୍ରଧାନମନ୍ତ୍ରୀ ହୋଇ ଯାଇଛନ୍ତି। କେରଳରେ ଜନସଭାକୁ ସମ୍ବୋଧିତ କରି ରାହୁଲ ଏହା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଆମେରିକା-ଭାରତ ଚୁକ୍ତିନାମାକୁ ସବିଶେଷ ଦେଖିବା ପରେ ସବୁ ସ୍ପଷ୍ଟ ହୋଇଯିବ।

ବିରୋଧୀ ଦଳ ନେତା କହିଛନ୍ତି ଚୁକ୍ତିନାମାରେ ପିଏମ ମୋଦୀ ସେ ପର୍ଯ୍ୟନ୍ତ ଦସ୍ତଖତ କରିବେ ନାହିଁ ଯେ ପର୍ଯ୍ୟନ୍ତ ସେ କମ୍ପ୍ରୋମାଇଜଡ ନ ହୋଇଛନ୍ତି। ରାହୁଲ କହିଛନ୍ତି, ମୋଦୀ ସରକାର କୃଷି କ୍ଷେତ୍ରକୁ ଆମେରିକାର କୃଷକଙ୍କ ପାଇଁ ଖୋଲି ଦେଇଛନ୍ତି। ଏହା ସହିତ ଦେଶର ଉର୍ଜା ସୁରକ୍ଷାକୁ ଆମେରିକା ହାତରେ ଟେକି ଦେଇଛନ୍ତି। ସ୍ଥିତି ଏମିତି ଯେ, ଭାରତ ଆଜି ନିଜ ଇଚ୍ଛାରେ ତେଲ କିଣି ପାରୁନି, ବରଂ ଏଥିପାଇଁ ଅନୁମତି ନେବାକୁ ପଡ଼ୁଛି।

Also Read: ନିର୍ବାଚନୀ ପ୍ରଚାରରେ ବଡ଼ ଦାବି କଲେ ମମତା ବାନାର୍ଜୀ, ବିଜେପି ଉପରେ ଆଣିଲେ ଏଭଳି ଅଭିଯୋଗ

ରାହୁଲ ଗାନ୍ଧୀ କହିଛନ୍ତି, ନରେନ୍ଦ୍ର ମୋଦୀ କେରଳରେ ୟୁଡିଏଫ ସରକାର ଚାହାନ୍ତି ନାହିଁ। ମୋଦୀ ଜାଣିଛନ୍ତି ଦୁର୍ନୀତି କାରଣରୁ ହିଁ ସେ ଏଲଡିଏଫ ସରକାରକୁ ନିୟନ୍ତ୍ରଣରେ ରଖି ପାରିବେ। ଏଲଡିଏଫ କେବେ ବି ଦିଲ୍ଲୀରେ ତାଙ୍କୁ ଚ୍ୟାଲେଞ୍ଜ କରି ପାରିବ ନାହିଁ। ଏଥିପାଇଁ ବିଜେପି ଭଲ କି ଜାଣିଛି ଯେ, କଂଗ୍ରେସ ହିଁ ଦିଲ୍ଲୀ ଓ ପୂରା ଦେଶରେ ତା ହରାଇ ପାରିବ। ଏହି କାରଣରୁ ମୋଦୀ କେରଳରେ ଏଲଡିଏଫକୁ ମଜବୁତ କରିବାକୁ ଚାହାନ୍ତି।

ସାବରୀମାଳା ପ୍ରସଙ୍ଗରେ ନିରବ

ରାହୁଲ ଅଭିଯୋଗ କରିଛନ୍ତି ଯେ, ପିଏମ ମୋଦୀ କେରଳ ଗସ୍ତ ସମୟରେ ସାବରୀମାଳା ପ୍ରସଙ୍ଗରେ ନିରବ ରହିଲେ। ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ବିଜେପି ଓ ବାମ ଲୋକତାନ୍ତ୍ରିକ ମୋର୍ଚ୍ଚା(ଏଲଡିଏଫ) ସହ ମିଶି କାମ କରୁଛି। ସେ ଦାବି କରିଛନ୍ତି, କେରଳ ନିର୍ବାଚନରେ ତାଙ୍କ ପାର୍ଟିକୁ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଓ ବିଜେପି ମେଣ୍ଟର ମୁକାବିଲା କରିବାକୁ ପଡ଼ୁଛି। ଆମେ ଏଲଡିଏଫ ବିରୋଧରେ ନିର୍ବାଚନ ଲଢୁଛୁ, ଯାହାକୁ ବିଜେପିର ପୂର୍ଣ୍ଣ ସମର୍ଥନ ରହିଛି।

Also Read: ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମଗ୍ର ଓଡ଼ିଆ ଜାତିର ଅପମାନ, ବର୍ଷିଲେ ବିଜେଡି ସୁପ୍ରିମୋ