ନୂଆଦିଲ୍ଲୀ: ନୂଆକରି ଆରମ୍ଭ ହେବାକୁ ଯାଉଥିବା ୟୁରୋପିଆନ୍ ଟ୍ରେଣ୍ଟି-୨୦ ପ୍ରିମିୟର୍ ଲିଗ୍ (ଇଟିପିଏଲ୍)ର ‘ଡବଲିନ୍ ଗାର୍ଡିଅନ୍ସ’ ଦଳକୁ କିଣି ନେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ। ତା’ ସହିତ ଏହି ଲିଗ୍ ୟୁରୋପରେ କ୍ରିକେଟର ବିକାଶ ଦିଗରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । ପୂର୍ବତନ ଭାରତୀୟ ଖେଳାଳି ଆର. ଅଶ୍ୱିନ ଦ୍ରାବିଡଙ୍କ ଦଳର ଅଧିନାୟକ ହେବେ।

ETPL ହେଉଛି କ୍ରିକେଟ୍ ଆୟରଲ୍ୟାଣ୍ଡ, କ୍ରିକେଟ୍ ସ୍କଟଲ୍ୟାଣ୍ଡ ଏବଂ ରୟାଲ୍ ଡଚ୍ କ୍ରିକେଟ୍ ଆସୋସିଏସନ୍ ସହଯୋଗରେ ଆରମ୍ଭ ହୋଇଥିବା ଏକ ଲିଗ୍। ଏଥିରେ ଛଅଟି ଅଂଶଗ୍ରହଣକାରୀ ଦଳ ହେଉଛି ଡବଲିନ୍, ବେଲଫାଷ୍ଟ, ଏଡିନବର୍ଗ, ଗ୍ଲାସଗୋ, ରୋଟରଡାମ୍ ଏବଂ ଆମଷ୍ଟରଡାମ୍। ଏହି ଲିଗ୍ ଅଗଷ୍ଟରେ ଆରମ୍ଭ ହୋଇ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।

ୟୁରୋପରେ ଫୁଟବଲ୍ ପ୍ରମୁଖ ଖେଳ । ଏଣୁ ସେଠାରେ କ୍ରିକେଟ୍‌ର ପ୍ରସାରର ପାଇଁ ପର୍ଯ୍ୟନ୍ତ ସୁଯୋଗ ରହିଛି। ଏହି ଲିଗର ଦଳର ମାଲିକ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଳି ବାଲି ଦ୍ରାବିଡ଼ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଇଟିପିଏଲର ଏକ ଦଳ କିଣିଛନ୍ତି। ଏହି ଏହି ଲିଗକୁ ନେଦରଲାଣ୍ଡ, ଆୟର୍ଲାଣ୍ଡ୍ ଓ ସ୍କଟଲାଣ୍ଡ୍ କ୍ରିକେଟ୍ ବୋର୍ଡ ସମର୍ଥନ କରୁଛନ୍ତି।

ସେହିଭଳି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍ ୱ’, ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର୍ ଫାଫ୍ ଡୁ'ପ୍ଲେସିସ୍, ଜଣ୍ଟି ରୋଡସ୍, ହେନରିକ୍ କ୍ଲାହେଁ ଏବଂ ୱେଷ୍ଟଇଣ୍ଡିଜ୍ର ପୂର୍ବତନ ବିସ୍ଫୋରକ ଓପନର କ୍ରିସ୍ ଗେଲ୍ ମଧ୍ୟ ଏହି ଲିଗ୍‌ର ଅଂଶଧନ କିଣିଛନ୍ତି କିମ୍ବା ଭିନ୍ନ ଭିନ୍ନ ଦଳର ମାଲିକ ଅଛନ୍ତି।