ନୂଆଦିଲ୍ଲୀ: ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଶେଷରେ ନିଜର ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସିନ୍ଧୁ କୌଣସି ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ସେମିଫାଇନାଲରେ ଚୀନ ଖେଳାଳିଙ୍କୁ ହରାଇ ସିନ୍ଧୁ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ।

ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ଜାପାନ ଓପନ୍ ସୁପର ୭୮୦ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଶନିବାର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ସିନ୍ଧୁ ଚୀନର ଚେନ୍ ୟୁଫେଇଙ୍କୁ ୨୧-୧୯, ୧୫-୧୦ରେ ପରାସ୍ତ କରିଛନ୍ତି । ଅଲିମ୍ପିକ୍ ଚାମ୍ପିଅନ୍ ୟୁଫେଇ ହାମଷ୍ଟ୍ରିଙ୍ଗ୍ଆଘାତ ଯୋଗୁଁ ଏହି ମ୍ୟାଚ୍ ପୂରା କରିପାରି ନଥିଲେ ଏବଂ ତାଙ୍କୁ କୋର୍ଟ ଛାଡ଼ିବାକୁ ପଡ଼ିଥିଲା । ଏହି ବିଜୟ ସହ ସିନ୍ଧୁ, ଚେନ୍ ୟୁଫେଇଙ୍କ ବିପକ୍ଷରେ କ୍ରମାଗତ ୫ଟି ମ୍ୟାଚର ପରାଜୟକୁ ମଧ୍ୟ ଶେଷ କରିଛନ୍ତି । ଏବେ ଫାଇନାଲରେ ସେ ଜାପାନର ଅକାନେ ୟାମାଗୁଚି କିମ୍ବା ଇଣ୍ଡୋନେସିଆର କୁସୁମା ୱାର୍ଦାନୀଙ୍କ ସହ ମୁକାବିଲା କରିବେ ।