ନୂଆଦିଲ୍ଲୀ ୨୯।୦୩; ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଯାହା ଦିନକୁ ଦିନ ଅଧିକ ବଢିବାରେ ଲାଗିଛି । ଆମେରିକା ଏବଂ ଇସ୍ରାଏଲର କଠୋର ଆକ୍ରମଣର ପ୍ରତିଶୋଧ ସ୍ୱରୂପ, ଇରାନ ଏବେ ଇସ୍ରାଏଲ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରୁଛି। ସମଗ୍ର ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ, ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧ ନୀତି ସମ୍ପର୍କରେ ଏକକାଳୀନ ପ୍ରଶ୍ନ ଉଠାଯାଉଛି। ଏବେ ଲୋକମାନେ ଟ୍ରମ୍ପଙ୍କ ବିରୁଦ୍ଧରେ "ନୋ କିଙ୍ଗସ୍" ପ୍ରତିବାଦ କରିଛନ୍ତି।

ନିଜ ଦେଶରେ ବିରୋଧର ଶିକାର ହେଲେଣି ଡୋନାଲ୍ଡ ଟ୍ରମ୍ପ୍। ନୋ କିଙ୍ଗ୍ସ ପ୍ରୋଟେଷ୍ଟ୍ ଜରିଆରେ ଟ୍ରମ୍ପଙ୍କ ବିରୋଧରେ ଲକ୍ଷ ଲକ୍ଷ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ୫୦ଟି ରାଜ୍ୟରେ ୩,୨୦୦ରୁ ଅଧିକ କାର୍ୟ୍ୟକ୍ରମରେ ସାମିଲ ହୋଇ ଜନସାଧାରଣ ଟ୍ରମ୍ପ ବିରୋଧି ନାରାବାଜି କରିଛନ୍ତି। କେବଳ ମଧ୍ୟପ୍ରାଚ୍ୟ ଯୁଦ୍ଧ ନୁହେଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ପ୍ରବାସୀ ନୀତି ଅନ୍ୟ କିଛି ନୀତି ବିରୋଧରେ ମଧ୍ୟ ପ୍ରତିବାଦ ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଇରାନ ସହିତ ଚାଲିଥିବା ସଂଘର୍ଷ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ କରିଥିଲେ। ପ୍ରମୁଖ ସହର ଗୁଡ଼ିକରେ ବଡ଼ ଶୋଭାଯାତ୍ରା ଠାରୁ ଆରମ୍ଭ କରି ଉପନଗରୀୟ ଏବଂ ଗ୍ରାମାଞ୍ଚଳରେ ଛୋଟ ସମାବେଶ ପର୍ଯ୍ୟନ୍ତ। ଏହି ପ୍ରତିବାଦଗୁଡ଼ିକ ପାରମ୍ପରିକ ଭାବରେ ରିପବ୍ଲିକାନ୍ ଏବଂ ଡେମୋକ୍ରାଟ ଉଭୟଙ୍କ ଦ୍ୱାରା ଆୟୋଜିତ ରାଜ୍ୟଗୁଡ଼ିକରେ ହୋଇଥିଲା। ଏହା ଆମେରିକା ଇତିହାସରେ ସବୁଠାରୁ ବଡ଼ ଏକ-ଦିନିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍ ଏବଂ ୱାଶିଂଟନରେ ମଧ୍ୟ ବଡ଼ ରାଲି ଅନୁଷ୍ଠିତ ହୋଇଥିବା ବେଳେ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଗତ ବର୍ଷ ଜୁନ୍ ୧୪ ତାରିଖରେ ନୋ କିଙ୍ଗସ୍ ଆନ୍ଦୋଳନ ଆରମ୍ଭ ହୋଇଥିଲା ପ୍ରଥମ ପ୍ରଦର୍ଶନରେ ଚାରିରୁ ଛଅ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ। ଅକ୍ଟୋବରରେ ଦ୍ୱିତୀୟ ପ୍ରଦର୍ଶନରେ ପ୍ରାୟ ୭୦ ଲକ୍ଷ ଲୋକ ୨୭୦୦ ରୁ ଅଧିକ ସହରରେ ରାସ୍ତାକୁ ଓହ୍ଲାଇଥିଲେ। ଏଥର, ଏପରି ସମୟରେ ପ୍ରତିବାଦ କରାଯାଉଛି ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ବିରୁଦ୍ଧରେ ମଧ୍ୟ ପ୍ରତିବାଦ ତୀବ୍ର ହେଉଛି। ୱାଶିଂଟନରେ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ମୋର୍ଗାନ୍ ଟେଲର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାର ସାମିଲ ହେବାକୁ ସମାଲୋଚନା କରିଛନ୍ତି। ଏହାଦ୍ବାରା ନିଜ ଦେଶ ମଧ୍ୟ ପ୍ରଭାବିତ ହେଉଥିବା ସେ ଅଭିଯୋଗ କରିଛନ୍ତି ।

Also read-Iran War : ଧ୍ୱଂସ ହେବ ଇରାନ ! ଆମେରିକା ପଠାଇଲା ୩୫୦୦ କମାଣ୍ଡୋ, ପହଁଚିଲା USS ତ୍ରିପୋଲି