ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି। ଦଳ ପକ୍ଷରୁ ଅନୁସୂଚିତ ଜାତି (SC) ସେଲ୍ର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ କମିଟି ପୁନର୍ଗଠିତ ହୋଇଛି। ନୂତନ ଭାବେ ଗଠିତ ଏହି ସେଲ୍‌ର ପ୍ରମୁଖ ପଦାଧିକାରୀମାନଙ୍କ ତାଲିକା...

ଉପଦେଷ୍ଟା ମଣ୍ଡଳୀ

ସଂଗଠନକୁ ସଠିକ୍ ଦିଗଦର୍ଶନ ଦେବା ପାଇଁ ବରିଷ୍ଠ ନେତାଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି। ଏଥିରେ ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ଗଣେଶ୍ୱର ବେହେରା ଏବଂ ସ୍ନେହାଙ୍ଗିନୀ ଛୁରିଆ ସ୍ଥାନ ପାଇଛନ୍ତି।

ସଭାପତି ଓ କାର୍ଯ୍ୟକାରୀ ସଭାପତି

ସଭାପତି: ମହେଶ ସାହୁ

କାର୍ଯ୍ୟକାରୀ ସଭାପତି: ଚନ୍ଦ୍ର ସାରଥୀ ବେହେରା, ରାଜେନ୍ଦ୍ର କୁମାର ଦାସ ଏବଂ ତୁଷାରକାନ୍ତି ବେହେରା

ଉପ-ସଭାପତି

ଦଳ ୫ ଜଣ ନେତାଙ୍କୁ ଉପ-ସଭାପତି ଦାୟିତ୍ୱ ଦେଇଛି। ସେମାନେ ହେଲେ— ଡ. ରାଜଶ୍ରୀ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ଡ. ପ୍ରମୋଦ କୁମାର ମଲ୍ଲିକ, ଶର୍ମିଷ୍ଠା ସେଠୀ ଏବଂ ରଘୁରାମ ପାଡାଲ।

ସାଧାରଣ ସମ୍ପାଦକ

ସଂଗଠନକୁ ତୃଣମୂଳ ସ୍ତରରେ ସକ୍ରିୟ କରିବା ପାଇଁ ୭ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଏହି ତାଲିକାରେ ଅଭିମନ୍ୟୁ ସେଠୀ, ମାଧବ ଧଡ଼ା, ସୁଦର୍ଶନ ହରିପାଲ, ନିହାର ରଞ୍ଜନ ବେହେରା, ଡ. ସଞ୍ଜୟ ଦାସ, ଅନୁସୂୟା ପାତ୍ର ଏବଂ ଲଲିତା ନାୟକ ସାମିଲ ଅଛନ୍ତି। ଏହି ନୂତନ ଟିମ୍ ଆଗାମୀ ଦିନରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିକଟରେ ଦଳର ଆଭିମୁଖ୍ୟ ପହଞ୍ଚାଇବା ସହ ସଂଗଠନକୁ ଅଧିକ କ୍ରିୟାଶୀଳ କରିବ ବୋଲି ଆଶା କରାଯାଉଛି।