ମୁମ୍ବାଇ : ବଲିଉଡ୍ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଦୁଇ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଦବାଦବା ଜାହିର କରିଥିବା ଜଣେ ସଫଳ ଅଭିନେତ୍ରୀ। ଏବେ ସେ ଜଣେ ଗ୍ଲୋବାଲ ଷ୍ଟାର । ବଲିଉଡ୍ ସହ ହଲିଉଡରେ ରେ ବି ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ଏଠାରେ ପହଞ୍ଚିବାର ଯାତ୍ରା ସହଜ ନଥିଲା। ବଲିଉଡ୍ ରେ ସଂଘର୍ଷ ପରେ ହଲିଉଡ୍ ରେ ବି ଚାନ୍ସ ମିଳିବା ଏତେ ସହଜ ନଥିଲା। କାହିଁକିନା ସେ ଜଣେ ଆଉଟସାଇଡର ଥିଲେ। ତାପରେ ସେ ନିଜକୁ ପ୍ରମାଣିତ କରିବାକୁ କୌଣସି ସୁଯୋଗର ହାତଛଡ଼ା କରି ନଥିଲେ। ବଲିଉଡ୍ ର ଏଣ୍ଟ୍ରି ସମୟରେ ବି ସିଏ ଏମିତି ଏକ ଫେଜ୍ ଥିଲା, ଯେତେବେଳେ ତାଙ୍କୁ ପ୍ରତିଥର ନିରାଶ ହେବାକୁ ପଡ଼ୁଥିଲା। ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେଉଥିଲା। କିନ୍ତୁ ଧର୍ଯ୍ୟ ଓ ପରିଶ୍ରମ ଜାରି ରଖିଥିଲେ ପ୍ରିୟଙ୍କା। ଆଉ ତାଙ୍କ କାମ ପ୍ରତି ଆଗ୍ରହ ଏପରି ଥିଲା ଯେ ସେ ଏବେ ବିଶ୍ୱ ସ୍ତରରେ ପରିଚିତ।

ମଙ୍ଗଳବାର ଆବୁଧାବିରେ ବ୍ରିଜ୍ ସମିଟ୍ 2025ରେ ସେ ଇଣ୍ଡଷ୍ଟ୍ରିରେ ତାଙ୍କର ଆରମ୍ଭ ଦିନଗୁଡ଼ିକର କଷ୍ଟକର ସମୟ ବିଷୟରେ ଆଲୋଚନା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ଯେ ହଲିଉଡରେ ସେ ବଡ଼ ବ୍ରେକ୍ ପାଇବା ପୂର୍ବରୁ ମୋତେ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡ଼ିଥିଲା। ମୋ ଜୀବନରେ ଏମିତି ବି ପର୍ଯ୍ୟାୟ ଆସିଥିଲା, ଯେତେବେଳେ ମୁଁ ପ୍ରତିବର୍ଷ ଛଅଟି ଚଳଚ୍ଚିତ୍ର କରୁଥିଲି ଆଉ ସେଗୁଡ଼ିକ ସବୁ ଫ୍ଲପ୍ ହେଉଥିଲା। ତା'ପରେ ହଠାତ୍, ମୁଁ କରିବାକୁ ଚାହୁଁଥିବା ଚଳଚ୍ଚିତ୍ରକୁ ଅନ୍ୟମାନଙ୍କୁ ମିଳି ଯାଉଥିଲା। ସେତେବେଳେ ମୁଁ କେବଳ ଚିନ୍ତା କରୁଥିଲି ଯେ ଆଗକୁ କ'ଣ କରିବି ଏବଂ କେମିତି କରିବି।

ସେ ଆହୁରି କହିଥିଲେ, "ଯେତେବେଳେ ମୁଁ ମୋ କ୍ୟାରିଅର ଆରମ୍ଭ କରିଥିଲି, ସେତେବେଳେ ମୁଁ କୌଣସି ଫିଲ୍ମ ନିର୍ମାତାଙ୍କୁ ନା କହିପାରୁ ନଥିଲି। କାମ ପାଇବା କଷ୍ଟକର ଥିଲା। ସେଥିପାଇଁ ମୁଁ ସବୁ ଅଫରକୁ ଗ୍ରହଣ କରୁଥିଲି। କାମର ଚାପ ଯୋଗୁ ମୁଁ ମୋ ପରିବାରର ବିଶେଷ ମୁହୂର୍ତ୍ତଗୁଡ଼ିକୁ ବି ମିସ୍ କରିଦେଲି। ତାପରେ ମୁଁ ଯେତେବେଳେ ଆମେରିକା ସିଫ୍ଟ ହେଲି ସେତେବେଳେ ପପ୍ ଗୀତ ଏବଂ ଅଭିନୟ ଆରମ୍ଭ କଲି। ପ୍ରଥମେ ବ୍ରେକ ପାଇବାକୁ ମୁଁ ବର୍ଷ ବର୍ଷ ଧରି ସଂଘର୍ଷ କରିଥିଲି। ତା'ପରେ ଯାଇ ମୋତେ ପ୍ରକୃତ ଆମେରିକାନ୍ କ୍ୟାରେକ୍ଟର ମିଳିଲା।"