ଭୁବନେଶ୍ବର ୨୨।୯: ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ୨୮ ତାରିଖରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।

​​​​​​​

Also Read:- ପାଣିପାଗ ବିଭାଗର ଆଲର୍ଟ ପରେ କୋରାପୁଟରେ ସ୍କୁଲ୍ ବନ୍ଦ, ଶିକ୍ଷକ-ଶିକ୍ଷୟିତ୍ରୀ ରହିବେ ଉପସ୍ଥିତ

ରାଇରଙ୍ଗପୁରରେ ଆୟୋଜିତ ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସାମିଲ ହେବେ । ଅକ୍ଟୋବର ୨୬ରୁ ୩୦ ତାରିଖ ଯାଏଁ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ । ଦିଲ୍ଲୀର ୧୦୦ରୁ ଉର୍ଦ୍ଧ୍ୱ ଚକ୍ଷୁ ବିଶେଷଜ୍ଞ ଲୋକଙ୍କ ଚିକିତ୍ସା କରିବେ । ଏ ନେଇ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି ।