ଦିଗପହଣ୍ଡି ୧୧।୧୦ : ସାରା ଗାଁରେ ପୁରା ଚର୍ଚ୍ଚା । ମା ଆସିଥିଲେ ସ୍ୱପ୍ନରେ । ଆଉ କହିଛନ୍ତି କି ପୋଖରୀରେ ଅଛି ମୂଲ୍ୟବାନ ଧାତୁର ମୂର୍ତ୍ତି । ବାସ୍‌ ତାପରେ ଗାଁରେ ଖେଳିଗଲା ଆଲୋଡ଼ନା । ଚାଲିଲା ଖୋଜା ।

ଗଞ୍ଜାମ ଜିଲ୍ଲା ବଜାପଲ୍ଲୀ ଗାଁ । ଏହି ଗାଁର ଜଣେ ବ୍ୟକ୍ତିଙ୍କ ସ୍ୱପ୍ନରେ ଆସିଲେ ମା କାଳୀ । ପୋଖରୀରେ କିଛି ମୂଲ୍ୟବାନ ଧାତୁର ମୂର୍ତ୍ତି ଥିବା ସଙ୍କେତ ଦେଇଥିଲେ । ଏହାପରେ ପୁରା ଗାଁରେ ଖେଳିଯାଇଥିଲା ଚର୍ଚ୍ଚା । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଗ୍ରାମବାସୀଙ୍କୁ ଏହି କଥା ଜଣାଇଥିଲେ । ଗ୍ରାମବାସୀମାନେ ଏକାଠି ହୋଇ ପୋଖରୀରେ ଖୋଜାଖୋଜି ଆରମ୍ଭ କରିଥିଲେ ।

ତେବେ ମାଆଙ୍କ ମୃର୍ତ୍ତି ରହିଥିବା ଖବର ଖେଳିଯିବା ପରେ ସାରା ଗାଁରେ ଏବେ ଖୁସିର ମାହୋଲ । କାହିଁକି ନା ଗୋଟିଏ ପଟେ ଦଶହରା ପୂଜା ପାଇଁ ପ୍ରସ୍ତୁତି ଚାଲିଛି । ମାଙ୍କ ଆଗମନ ମଧ୍ୟ ହୋଇସାରିଲାଣି । ଏସବୁ ଭିତରେ ମାଙ୍କ ସ୍ୱପ୍ନାଦେଶ ।

Watch Video:-