ଭୁବନେଶ୍ୱର ୧୦।୧୨: ସରକାର ଶୋଇଛନ୍ତି । ତେଣୁ ଚେଇଁ ଶୋଇଥିବା ଯିଏ, ତାକୁ ଉଠେଇବ କିଏ । ଚାଷୀ ହଜାର ହଜାର ବସ୍ତା ଧାନ ରଖି ରାସ୍ତା ଉପରେ ବସିଛନ୍ତି। ଏପିରି କିଛି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

ସେ କହିଛନ୍ତି ଯେ, ଧାନ କିଣା ବିଭ୍ରାଟ ନେଇ ଆମେ ପୂର୍ବରୁ ସରକାରଙ୍କୁ ସାବଧାନ କରିଥିଲୁ, କିନ୍ତୁ ଆମ କଥା ଶୁଣାଗଲା ନାହିଁ । ସରକାର ତାକୁ ରାଜନୈତିକ ଦୃଷ୍ଟି ଭଙ୍ଗିରେ ନେଲେ । ଆମେ କିନ୍ତୁ ବାସ୍ତବତା ଦେଖି ସରକାରଙ୍କୁ ସତର୍କ କରାଇଥିଲୁ । ଆମ ମତାମତ ଓ ପ୍ରସ୍ତାବକୁ ସରକାର ଗ୍ରହଣ କଲେ ନାହିଁ । ଆଜି ତାହା ସତରେ ହେଉଛି । ସାରା ଓଡ଼ିଶାରେ ଚାଷୀଙ୍କ ଭିତରେ ନିଆଁ ଜଳିଲାଣି । ଇନପୁଟ ସବସିଡି ନାଁରେ ସରକାର ଚାଷୀଙ୍କ ଅନ୍ୟ ସବୁ ସମସ୍ୟାକୁ ଆଖି ବୁଝି ଦେଇଛନ୍ତି । ମୋତେ ଲାଗୁଛି ସରକାର ଇନ ପୁଟ ସବସିଡି ଦେବାରୁ ରକ୍ଷା ପାଇବା ପାଇଁ ଚାଷୀଙ୍କ ଧାନ ଠିକ ଭାବେ ଉଠାଉ ନାହାନ୍ତି । ବର୍ତ୍ତମାନ ବି ଧାନ ବିକ୍ରି ହେଉ ନାହିଁ । ମଣ୍ଡି ଠିକ ସେ କାର୍ଯ୍ୟ କରୁନି । ଅନେକ ମଣ୍ଡି ଧାନ ରଖିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ବ୍ୟବସ୍ଥା ନାହିଁ । ଚାଷୀ ହଜାର ହଜାର ବସ୍ତା ଧାନ ରଖି ରାସ୍ତା ଉପରେ ବସିଛନ୍ତି।