ଭୁବନେଶ୍ବର ୧୨।୭: ବିଜେପିରେ ଯୋଗ ଦେଇପାରନ୍ତି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ । ରବିବାର ଅପରାହ୍ନରେ ପ୍ରଭାତ ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ କଟକରେ ପ୍ରଭାତଙ୍କ ବାସଭବନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପ୍ରଭାତ ବିଶ୍ବାଳ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ବିଜେପିରେ ଯୋଗ ଦେବେ ବୋଲି ସମର୍ଥକ ମାନେ କହିଛନ୍ତି ।

ତେବେ ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗ ଦେବା ଚର୍ଚ୍ଚା ନେଇ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିଲେ କ’ଣ ଭାସିଗଲା । ଏଇ ଭଳିଆ କେତେ ଆସିବେ କେତେ ଯିବେ । ଯିଏ ଏ ଦଳରେ ପୋକା ବାଇଗଣ, କେତେ ଆସୁଛନ୍ତି କେତେ ଯାଉଛନ୍ତି । ନବୀନ ପଟ୍ଟନାୟକଙ୍କର ଆଜି ବି ସେହିଭଳି ଦବଦବା ଅଛି । ଓଡ଼ିଶାର ଲୋକ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଟାଣିହୋଇ ତାଙ୍କ ପାଖକୁ ଆସିବେ ।

Also Read:- ୧୨୧ ଟଙ୍କା ଦେଇ ରଥଯାତ୍ରାରେ ଖେଚୁଡ଼ି ବଣ୍ଟନ ସେବାରେ ଭାଗ ନିଅନ୍ତୁ… ଭାଇରାଲ୍ ବିଜ୍ଞାପନ କେତେ ସତ କେତେ ମିଛ ?

କଟକ ବିଜେଡି ଆହୁରି ସୁଦୃଢ଼ ହେବ । କଟକରେ ଆହୁରି ଭଲ ଏବଂ ଟାଣୁଆ ନେତା ଅଛନ୍ତି । ସେମାନଙ୍କ ନେତୃତ୍ବରେ ଦଳ ଆହୁରି ସୁଦୃଢ଼ ହେବ, କଟକର ସଂଗଠନ ଆହୁରି ଆଗକୁ ଯିବ ବୋଲି ପ୍ରମିଳା କହିଛନ୍ତି ।