ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ବିଭାଗର ସଫଳତା ଓ ବଜେଟ ଖର୍ଚ୍ଚ ଏବଂ ଆଗାମୀ ଦିନର ଲକ୍ଷ ନେଇ ବିସ୍ତୃତ ତଥ୍ୟ ଦେଲେ ମନ୍ତ୍ରୀ । ୧୭୦୦ କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଆସିଛି ମଞ୍ଜୁର । ବର୍ତ୍ତମାନ ସୁଦ୍ଧା ୮୯.୪୭ ପ୍ରତିଶତ ଲକ୍ଷ ହାସଲ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ୮୫୮୦.୨୪ କୋଟି ଟଙ୍କାର ବଜେଟ ଅଟକଳ ହୋଇଛି ।

୫୨୧୧ କିଲୋମିଟର ରୋଡ ସହ ୨୧୭୯ଟି ରାସ୍ତା ନିର୍ମାଣ ହୋଇଛି । ୩୪୪୪.୪୧ କୋଟି ଟଙ୍କା MMSY ରେ ୯୯.୭୯ ପ୍ରତିଶତ କାମ ହୋଇଛି । ୪୭୦୦ କିଲୋମିଟର ରାସ୍ତା ୨୦୨୫-୨୬ରେ ହୋଇଛି । ନକ୍ସଲ ଅଞ୍ଚଳରେ ୩୦୧୮.୭୯ କିଲୋମିଟର କାମ ସହ ୫୫ଟି ରାସ୍ତା ଶେଷ ହୋଇଛି । ୧୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୬୩୫.୧୨ କିଲୋମିଟର ରାସ୍ତା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଶେଷ ହୋଇଛି । ସେତୁବନ୍ଧ ଯୋଜନାରେ ୭୫ହଜାର କିଲୋମିଟର ରାସ୍ତା ତିଆରି କରିବୁ ।

​​​​​​​Also Read...ସରକାରଙ୍କ ଚେତାବନୀ ; ଗୋ-ମାଫିଆଙ୍କୁ କ୍ଷମା ନାହିଁ, ସମୟ ଥାଉ ଥାଉ ସୁଧୁରିଯାଅ, ନଚେତ୍...

୫ ହଜାର ସେତୁ ନିର୍ମାଣ ହେବ । ମୋ ବିଭାଗରେ ୫୦୦ ସେତୁ ନିର୍ମାଣ ପାଇଁ ଦାୟିତ୍ୱ ମିଳିଥିଲା ୨୯୪ଟି ବ୍ରିଜ୍ ଶେଷ ହୋଇଛି । ୩୭୪ ନୂଆ ବ୍ରିଜ କାମ ପାଇଁ ଆପ୍ରୁଭ ହୋଇଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ୫୨୫.୯୦ କିଲୋମିଟର ରାସ୍ତା ସହ ୨୭ଟି ବ୍ରିଜ କାମ ସରିଛି । ଆଗାମୀ ଦିନରେ ଜିରୋ କନେଟଭିଟ ଲକ୍ଷ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

​​​​​​​