Savings Schemes: ଭାରତୀୟ ପୋଷ୍ଟ ଅଫିସ୍ ପକ୍ଷରୁ ସମସ୍ତ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା କରାଯାଇଛି। ନାବାଳକଙ୍କ ଠାରୁ ଆରମ୍ଭ କରି ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଛୋଟ ସଞ୍ଚୟ ଯୋଜନାରେ ନିଜ ଅର୍ଥ ବିନିଯୋଗ କରିପାରିବେ। ଏଠାରେ ଜମା ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ସହ ଆକର୍ଷଣୀୟ ରିଟର୍ଣ୍ଣ ମଧ୍ୟ ମିଳିଥାଏ। ବରିଷ୍ଠ ନାଗରିକମାନଙ୍କୁ ନିୟମିତ ଆୟ ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ସିନିୟର ସିଟିଜେନ୍ ସେଭିଙ୍ଗ୍ସ ସ୍କିମ୍ ଚଲାଯାଉଛି, ଯାହା ଏକ ଜିରୋ-ରିସ୍କ ଇନଭେଷ୍ଟମେଣ୍ଟ୍ ଯୋଜନା ।

ପୋଷ୍ଟ ଅଫିସର ଏହି ସରକାରୀ ଯୋଜନାରେ ମାତ୍ର ୧୦୦୦ ଟଙ୍କାରୁ ବିନିଯୋଗ ଆରମ୍ଭ କରାଯାଇପାରିବ। ଏହି ଯୋଜନାରେ ସର୍ବାଧିକ ବିନିଯୋଗ ସୀମା ହେଉଛି ୩୦ ଲକ୍ଷ ଟଙ୍କା। ଏଥିରେ ମାତ୍ର ଗୋଟିଏ ଥର ଟଙ୍କା ଜମା କରି ଆପଣ ନିଜର ନିୟମିତ ଆୟ କରିପାରିବେ।

ଏହି ସରକାରୀ ଯୋଜନାର ମାଚ୍ୟୁରିଟି ଅବଧି ୫ ବର୍ଷ ରଖାଯାଇଛି। ଖାତାଧାରୀ ସମ୍ପୂର୍ଣ୍ଣ ୫ ବର୍ଷ ପର୍ଯ୍ୟନ୍ତ ନିବେଶ ରଖିଲେ ହିଁ ସମସ୍ତ ସୁବିଧାର ଲାଭ ପାଇପାରିବେ। ଯଦି କେହି ସମୟ ପୂର୍ବରୁ ଆକାଉଣ୍ଟ୍ ବନ୍ଦ କରନ୍ତି, ତେବେ ନିୟମ ଅନୁଯାୟୀ Penalty ଦେବାକୁ ପଡ଼ିବ। ମାଚ୍ୟୁରିଟି ପରେ ଏହି ଯୋଜନାକୁ ଆଉ ୩ ବର୍ଷ ପାଇଁ ବଢ଼ାଯାଇ ପାରିବ।

ଏହି ଯୋଜନାରେ ବିନିଯୋଗ କରାଯାଇଥିବା ଅର୍ଥ ଉପରେ ପ୍ରତି ତିନି ମାସରେ ସୁଧ ପ୍ରଦାନ କରାଯାଏ। ଏହି ଯୋଜନାରେ ବିନିଯୋଗ କଲେ ଆୟକର ନିୟମ ଅନୁଯାୟୀ ଟ୍ୟାକ୍ସ ବା କର ଛାଡ଼ର ଲାଭ ମଧ୍ୟ ମିଳିଥାଏ।

ଏହି ସରକାରୀ ଯୋଜନାରେ ସିଙ୍ଗଲ୍ ଆକାଉଣ୍ଟ୍ ମାଧ୍ୟମରେ ସର୍ବାଧିକ ୧୫ ଲକ୍ଷ ଏବଂ ଜଏଣ୍ଟ୍ ଆକାଉଣ୍ଟ୍ ମାଧ୍ୟମରେ ସର୍ବାଧିକ ୩୦ ଲକ୍ଷ ଟଙ୍କା ଏକକାଳୀନ ଜମା କରାଯାଇପାରିବ। ଯଦି ଆପଣ ପ୍ରତି ମାସରେ ପ୍ରାୟ ୧୭,୦୦୦ ଟଙ୍କାର ନିୟମିତ ଆୟ ଚାହୁଁଛନ୍ତି, ତେବେ ଆପଣଙ୍କୁ ପୋଷ୍ଟ ଅଫିସ୍ SCSS ର ଜଏଣ୍ଟ୍ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଏକକାଳୀନ ବିନିଯୋଗ କରିବାକୁ ପଡ଼ିବ। 

ଏତେ ପରିମାଣର ଟଙ୍କା ନିବେଶ କଲେ ଆପଣଙ୍କୁ ପ୍ରତି ତିନି ମାସରେ ୫୧,୨୫୦ ଟଙ୍କାର ସୁଧ ମିଳିବ, ଯାହା ମାସିକ ହିସାବରେ ପ୍ରାୟ ୧୭,୦୦୦ ଟଙ୍କା ହେବ। ଏହି ସୁଧ ଆପଣଙ୍କୁ ସମ୍ପୂର୍ଣ୍ଣ ୫ ବର୍ଷ ପର୍ଯ୍ୟନ୍ତ ମିଳିଚାଲିବ ଏବଂ ୫ ବର୍ଷର ଅବଧି ଶେଷ ହେବା ପରେ ଆପଣ ନିଜର ମୂଳଧନ ୨୫ ଲକ୍ଷ ଟଙ୍କା ଫେରସ୍ତ ପାଇଯିବେ। ସୁରକ୍ଷିତ ଏବଂ ଭଲ ଆୟ ପାଇଁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏହା ଏକ ସର୍ବୋତ୍ତମ ସରକାରୀ ଯୋଜନା କହିଲେ ଭୁଲ ହେବ ନାହିଁ।