ଭୁବନେଶ୍ବର ୧୫।୧୦: ରମାଦେବୀ ବିଶ୍ବ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଭୋଟିଂ ଚାଲିଥିବା ବେଳେ ବିସିଜେଡିକୁ ଝଟ୍‌କା । ଅଶାନ୍ତ ହୋଇପଡ଼ିଛି ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ । ରମାଦେବୀ ପରିସରରୁ ବିସିଜେଡି ସଭାନେତ୍ରୀ ଇପ୍‌ସିତା ସାହୁକୁ ଉଠାଇନେଲା ପୋଲିସ । ବୁଧବାର ଇପ୍‌ସିତାଙ୍କ ନାଁରେ ସହିଦନଗର ଥାନାରେ ହୋଇଥିଲା ମାମଲା । ଇପ୍‌ସିତାଙ୍କ ନାଁରେ ଗାଳିଗୁଲଜ କରିବା ଏବଂ ଧମକ ଦେଇଥିବା ଅଭିଯୋଗ ଆଣିଥିଲେ ୪ ଜଣ ଛାତ୍ରୀ । ଗୁରୁବାର ଭୋଟିଂ ବେଳେ ରମାଦେବୀ ପରିସରରେ ଥିବା ବେଳେ ଇପ୍‌ସିତାଙ୍କୁ ଉଠାଇ ନେଇଛି ପୋଲିସ ।

Also Read:- ପୂର୍ବ ସରକାରକୁ ଟାର୍ଗେଟ୍ କଲେ ଆଇନ ମନ୍ତ୍ରୀ, ନିଜ ଦଳର ନେତାଙ୍କ ବିରୋଧରେ ଅଭିଯୋଗ ଆସିଲେ ବି ହୋଇଛି ଆକ୍ସନ

ରମାଦେବୀ ବିଶ୍ବ ବିଦ୍ୟାଳୟରେ ଚାଲିଛି ଛାତ୍ର ସଂସଦ ନିର୍ବାଚନ । ମତଦାନ ହେଉଥିବା ସ୍ଥାନରେ ସିସିଟିଭି ଖଞ୍ଜାଯାଇଛି । ପୋଲିସ ସୁରକ୍ଷା ସହ ନିର୍ବଚନ ପାଇଁ ଆବଶ୍ୟକୀୟ ଅଧିକାରୀଙ୍କ ସହ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି । ଆଜି ବି ପ୍ରାର୍ଥୀଙ୍କ ପ୍ରତିନିଧିମାନେ କ୍ୟାମ୍ପସ୍ ବାହାରେ ମନେଇବାକୁ ପରୋକ୍ଷରେ ଚେଷ୍ଟା କରୁଛନ୍ତି । ଗେଟ୍ ସମ୍ମୁଖରେ ଶ୍ରୀମନ୍ଦିର ମହାପ୍ରସାଦ ରଖିଛନ୍ତି । ଭୋଟ୍ ଦେବାକୁ ଯାଉଥିବା ଛାତ୍ରୀଙ୍କୁ ମହାପ୍ରସାଦ ଦେବା ସହିତ ଗୋଲାପ ଫୁଲ ଦେଉଛନ୍ତି ଛାତ୍ରୀ । କ୍ୟାମ୍ପସ୍ ଭିତରକୁ କେହି ମୋବାଇଲ ନେଇପାରିବେ ନାହିଁ । ଡ୍ରେସ୍ ଓ ଆଇ କାର୍ଡ ନଥିଲେ ପ୍ରବେଶ ଅନୁମତି ନାହିଁ ନାହିଁ । କଲେଜ କରିଡରରେ ଜଗିଛନ୍ତି ବିଭାଗ ମୁଖ୍ୟ ।

Watch Video: