ଗଜପତି ୨୭।୧୦ : ସାବଧାନ! ବାତ୍ୟା ଅର୍ଣ୍ଣବକୁ ନେଇ ବଢ଼ିଲା ଚିନ୍ତା। ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନ ଜାରି ରହିଥିବାବେଳେ ଭୂସ୍ଖଳନ ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ରା.ଉଦୟଗିରି ଥାନା ଅଞ୍ଚଳର ଭୂସ୍ଖଳନ ପ୍ରବଣ ରାସ୍ତାକୁ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଇଛି ପୋଲିସ।

ରା.ଉଦୟଗିରି ଥାନା ଛକ ନିକଟରେ ଏବଂ ପରିମଳ ରାସ୍ତାରେ ପୋଲିସ ଲୋକଙ୍କୁ ଅଟକାଉଥିବା ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ପାହାଡ଼ ଧସିବା ସହ ବଡ଼ ବଡ଼ ପଥର ଖସିବାର ଆଶଙ୍କା ରହିଛି।

Also Read:-PM ଫସଲ ବୀମାରେ ଅବହେଳା, ୬ ଜିଲ୍ଲାର ADMଙ୍କୁ କାରଣ ଦର୍ଶାଅ ନୋଟିସ

ସୂଚନା ଅନୁସାରେ, ପୂର୍ବରୁ ଲଘୁଚାପଜନିତ ବର୍ଷା ସମୟରେ ପରିମଳ ନିକଟରେ ପାହାଡ଼ ଧସି ବଡ଼ ବଡ଼ ପଥର ରାସ୍ତା ଉପରେ ପଡ଼ିଥିଲା। ଫଳରେ ଏହି ଅଞ୍ଚଳରେ ଯାତାୟାତ ବିପଜ୍ଜନକ ହୋଇପଡ଼ିଥିଲା। ପୁଣିଥରେ ବର୍ଷା ବଢ଼ିବା ଏବଂ ବାତ୍ୟା ଅର୍ଣ୍ଣବର ପ୍ରଭାବ ପଡ଼ିବା ଆଶଙ୍କାରେ ପୋଲିସ ଆଗୁଆ ସତର୍କ ହୋଇଛି।

ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଅଯଥା ଯାତାୟାତ ନକରିବାକୁ ଲୋକଙ୍କୁ ସତର୍କ କରାଯାଉଛି। ବର୍ଷା ସମୟରେ ପାହାଡ଼ ତଳ ଓ ଢାଲୁ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସୁରକ୍ଷିତ ରହିବାକୁ ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।ବାତ୍ୟା ଆସିଲାଣିସୁରକ୍ଷିତ ଜାଗାକୁ ଯାଅ