ମୁମ୍ବାଇ: ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ପାଟିଲ ଗତ ୨୦ ଦିନ ହେଲା ଚଳାଇଥିବା ଅନଶନ ଗୁରୁବାର ସମାପ୍ତ କରିଛନ୍ତି। ଏହି ଅବସରରେ ଜରାଙ୍ଗେ କହିଛନ୍ତି ଯେ ଯଦି ମହାରାଷ୍ଟ୍ର ସରକାର ୩ ମାସରେ ମରାଠା ସଂରକ୍ଷଣକୁ ନେଇ ତାଙ୍କ ଦାବି ଉପରେ ବିଚାର ନ କରନ୍ତି ତେବେ ସେ ତାଙ୍କ ଆନ୍ଦୋଳନକୁ ମୁମ୍ବାଇ ସ୍ଥାନାନ୍ତର କରିବେ। ତେବେ ଜରାଙ୍ଗେ ପାଟିଲଙ୍କ ଅନିର୍ଦ୍ଧିଷ୍ଟ କାଳୀନ ଅନଶନ ସମାପ୍ତ କରିବାରେ ମହାରାଷ୍ଟ୍ର ଉଦ୍ୟୋଗ ମନ୍ତ୍ରୀ ଉଦୟ ସାମନ୍ତଙ୍କ ଯୋଗଦାନ ରହିଛି। ସେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଜରାଙ୍ଗେ ପାଟିଲଙ୍କ ସହଯୋଗୀଙ୍କ ମଧ୍ୟରେ ଆଲୋଚନା ଲାଗି ସହଯୋଗ କରିଛନ୍ତି।

ତେବେ ଉଦୟ ସାମନ୍ତ ଇଣ୍ଟରନ୍ୟାସନାଲ ସ୍ପେସ୍ କନଫରେନ୍ସରେ ଯୋଗ ଦେବା ପାଇଁ ଏବେ ପ୍ୟାରିସ୍ ଗସ୍ତରେ ଅଛନ୍ତି। ମନୋଜ ଜରାଙ୍ଗେଙ୍କ ଅନଶନ ସମାପ୍ତ କରିବାକୁ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଛି। ଉଦୟ ସାମନ୍ତ ପ୍ୟାରିସ୍ ରେ ରହି ଏହି ଆଲୋଚନା ପାଇଁ ତାଳମେଳ କରିଥିଲେ। ଏଥି ପାଇଁ ସାମନ୍ତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହିତ ଅନେକବାର କଥା ହୋଇଛନ୍ତି। ସୂତ୍ର ଅନୁସାରେ ଜରାଙ୍ଗେ ପାଟିଲଙ୍କ ଅନଶନ ସମାପ୍ତ କରିବାକୁ ଉଦୟ ସାମନ୍ତ ଅନୁନ୍ୟ ୭ ଥର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ଜଣାପଡିଛି।

ଉଦୟ ସାମନ୍ତ ଏଥି ପାଇଁ ଏକ କନଫରେନ୍ସ କଲ କରିଥିଲେ। ଯେଉଁଥିରେ ସେ ନିଜେ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ରାଧାକୃଷ୍ଣ ଭିଖେ ପାଟିଲ ଓ ବିଜେପି ନେତା ପ୍ରସାଦ ଲାଡ ଆଦି ସାମିଲ ଥିଲେ। ଏନଡିଟିଭି ରିପୋର୍ଟ ଅନୁସାରେ କନଫରେନ୍ସ କଲରେ ଜରାଙ୍ଗେ ପାଟିଲଙ୍କ ଦାବି, ଏଭଳି ବିରୋଧ ପ୍ରଦର୍ଶନ ମୁକାବିଲା ଲାଗି ଭବିଷ୍ୟତର ରଣନୀତି ଓ ଏବେକା ପରିସ୍ଥିତିକୁ ଶାନ୍ତପୂର୍ଣ୍ଣ ଭାବେ ସମାଧାନ ବାଟ ବାହାର କରିବା ପାଇଁ ଆଲୋଚନା ହୋଇଥିଲା। ଏହା ପରେ ସରକାର ଜରାଙ୍ଗେ ପାଟିଲଙ୍କ ସହଯୋଗୀଙ୍କ ସହ ସିଧା ସମ୍ପର୍କ ସ୍ଥାପନ କରିଥିଲେ।

ସୂତ୍ର ଅନୁସାରେ କଥାବାର୍ତ୍ତା କାଳରେ ଲମ୍ବିତ ଦାବିର ସକରାତ୍ମକ ନିଷ୍ପତ୍ତି ନିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସରକାରଙ୍କ ଆଗରେ ଜରାଙ୍ଗେ ପାଟିଲଙ୍କ ଆନ୍ଦୋଳନରେ କଥାବାର୍ତ୍ତାର ରାସ୍ତା ଖୋଲା ରଖିବାକୁ ଓ ଏହି ଆନ୍ଦୋଳନ ଯେପରି ମୁମ୍ବାଇକୁ ନ ପହଞ୍ଚେ ତାହା ସୁନିଶ୍ଚିତ କରିବା ମସ୍ତବଡ଼ ଆହ୍ୱାନ ଥିଲା। ହେଲେ ଆନ୍ଦୋଳନ ମୁମ୍ବାଇ ପହଞ୍ଚିବା ପୂର୍ବରୁ ସମାପ୍ତ ହୋଇଯାଇଛି ଓ ମନୋଜ ଜରାଙ୍ଗେ ପାଟିଲ ୨୦ଦିନ ଧରି ଜାରି ରଖିଥିବା ଆନ୍ଦୋଳନରୁ ଓହରି ଯାଇଛନ୍ତି।