କଟକ: ବାରବାଟୀରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଟି- ଟ୍ବେଣ୍ଟି ମ୍ୟାଚ ଟିକଟ କଳାବଜାରୀ ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଗୁଇନ୍ଦା ଖବର ଆଧାରରେ ଚଢ଼ାଉ କରି ଟିକଟ କଳାବଜାରୀ କରୁଥିବା ୪ଜଣକୁ ଗିରଫ କରିଛି ପୋଲିସ। ଏହା ସହ ଟି- ଟ୍ବେଣ୍ଟି ମ୍ୟାଚର ୨୧ଟି ଟିକଟ ମଧ୍ୟ ଜବତ କରିଛି ପୋଲିସ। ଏ ନେଇ ଦରଘା ବଜାର ଓ ବିଡ଼ାନାସୀ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।