ଭୁବନେଶ୍ବର ୨୭।୭: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଅଭିଯୋଗ ଶୁଣାଣି । ଏହି ଅବସରରେ ୧୨ ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆଜି ସୁଦ୍ଧା ୯୬% ସମସ୍ୟାର ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଓ ସମାଧାନ କରିବା ଏହି ଅଭିଯୋଗ ଶୁଣାଣିର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ସହ ୬ ଜଣ ମନ୍ତ୍ରୀ, ସଚିବ ଉପସ୍ଥିତ ରହି ଅଭିଯୋଗ ଶୁଣିଛନ୍ତି । ଅନଲାଇନ ଓ ଅଫଲାଇନରେ ଆଜି ୭୦୦ ଲୋକ ଆସି ଅଭିଯୋଗ କରିଥିଲେ ।

୧୪୯୪୧ଟି ଅଭିଯୋଗ ପୂର୍ବରୁ ଆସିଥିବା ବେଳେ ୯୬ ପ୍ରତିଶତର ସମାଧାନ ହେଇଛି । ଫଳରେ ଲୋକଙ୍କ ଆସ୍ଥା ବଢ଼ିଛି । ଜିଲ୍ଲାରେ ମଧ୍ୟ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜାରି ରହିଛି । ଜିଲ୍ଲା ଓ ବ୍ଲକ୍ ସ୍ତରରେ ୮୯ ପ୍ରତିଶତ ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯାଇଛି । ଲୋକଙ୍କ ସରକାର ଯୋଗୁଁ ଲୋକଙ୍କ କଥାକୁ ଗୁରୁତ୍ୱ ଦିଆଯାଇଛି ।

Also Read:- ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଟ୍ବିଷ୍ଟ୍ : SDJM କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ DFO

ଆଜି ବି ସାଧାରଣ ଲୋକ ଦୂରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ଏଠାକୁ ଆସିଥିଲେ । ତ୍ୱରିତ ଚିକିତ୍ସା ପାଇଁ ୧୨ ଜଣଙ୍କ ପାଇଁ ୬ ଲକ୍ଷ ୧୫ ହଜାର ଟଙ୍କା ମଞ୍ଜୁର କରାଯାଇଛି ।