ନୂଆଦିଲ୍ଲୀ,୧୦|୦୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାର ୧୨ ବର୍ଷ ପୂରଣ କରିଛନ୍ତି । ଏହାସହ ମୋଦୀ ଦେଶର ଲଗାତାର ଭାବେ ସବୁଠୁ ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନଡିଏ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି । ଏଥିରେ ମୋଦୀଙ୍କ ସମେତ ବିଜେପିର ଶୀର୍ଷ ନେତା ଏବଂ ସହଯୋଗୀ ଦଳର ପ୍ରମୁଖ ନେତା ସାମିଲ ହେବେ ।

ସୂତ୍ରାନୁସାରେ, ବୈଠକରେ ମୋଦୀଙ୍କ ବଡ ଉପଲବ୍ଧିକୁ ସ୍ୱାଗତ କରାଯାଇ ଏକ ପ୍ରସ୍ତାବ ପାରିତ କରାଯିବ । କାରଣ ମୋଦୀ ୪୩୯୯ ଦିନ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି । ଯାହା ଜବାହାରଲାଲ ନେହେରୁଙ୍କ ରେକର୍ଡକୁ ଭାଙ୍ଗି ଦେଇଛି । ତେବେ ଇନ୍ଦିରା ଗାନ୍ଧୀ ୧୪ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିଲେ । ହେଲେ ସେ ଲଗାତାର ଭାବେ ଏତେ ଦିନ ପ୍ରଧାନମନ୍ତ୍ରୀ ରହି ନଥିଲେ । ମୋଦୀ ୨୦୧୪ ମସିହା ଜୁନ ୨୬ ତାରିଖରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୯ରେ ପୁନର୍ବାର ସେ ନିର୍ବାଚିତ ହୋଇଥିଲେ । ୨୦୨୪ରେ ସେ ତୃତୀୟ ଥର ପାଇଁ ପିଏମ୍ ଆସନରେ ବସିଥିଲେ ।

ଭାରତ ମଣ୍ଡପମକୁ ଆସିବେ ଏନଡିଏ ନେତା

ରିପୋର୍ଟ ଅନୁସାରେ, ଭାରତ ମଣ୍ଡପମରେ ଏନଡିଏର ବୈଠକ ଅନୁଷ୍ଠିତ ହେବ । ଏଥିରେ ୨୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାବ୍ୟତୀତ ବିଜେପି ସହଯୋଗୀ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ । ସମସ୍ତ କେନ୍ଦ୍ରମନ୍ତ୍ରୀ ବୈଠକକୁ ଆସିବାର କାର୍ଯ୍ୟକ୍ରମ ରହିଛି ।

Also Read :- ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ : ସାରା ବିଶ୍ୱର ନେତା କରୁଛନ୍ତି ପ୍ରଶଂସା ଏବଂ ଜଣାଉଛନ୍ତି ଅଭିନନ୍ଦନ

ବିକାଶ ଏବଂ ସୁଶାସନ ଉପରେ ଫୋକସ

ବୈଠକରେ ଇଜ୍ ଅଫ୍ ଲିଭିଂ ଏବଂ ଇଜ୍ ଅଫ୍ ଡୁଇଂ ତଥା ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଉପରେ ଆଲୋଚନା କରାଯାଇପାରେ । ଏହାବ୍ୟତୀତ ଜାତୀୟ ବିକାଶ କାର୍ଯ୍ୟକ୍ରମ, କେନ୍ଦ୍ର ସରକାରଙ୍କ ଭବିଷ୍ୟତର ଯୋଜନା ବାବଦରେ ମଧ୍ୟ ଆଲୋଚନା ହୋଇପାରେ । ସେହିପରି ମୋଦୀ ମନ୍ତ୍ରୀମାନଙ୍କୁ ଭବିଷ୍ୟତର ଅନେକ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇପାରନ୍ତି ।