ନୂଆଦିଲ୍ଲୀ,୧୦|୦୬ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦେଶର ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହି ବଡ ଉପଲବ୍ଧି ପାଇଁ ମୋଦୀଙ୍କ ନେତୃତ୍ୱକୁ ସବୁଆଡୁ ଶୁଭେଚ୍ଛା ମିଳୁଛି । ବିଶ୍ୱର ବଡ ବଡ ନେତା ପିଏମଙ୍କୁ ଶୁଭକାମନା ଜଣାଉଛନ୍ତି । ତାଙ୍କର ବିଚାରଧାରାକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଖାସ୍ କରି ଗ୍ଲାବାଲ ସାଉଥ୍ ରେ ମୋଦୀଙ୍କ ନୀତି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

ପିଏମ୍ ମୋଦୀଙ୍କ ସ୍ୱତନ୍ତ୍ର ଉପଲବ୍ଧିକୁ ନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ମୋଦୀ ଐତିହାସିକ ସଫଳତା ପାଇଛନ୍ତି । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ସେ ବାରମ୍ବାର ନିର୍ବାଚିତ ହୋଇଛନ୍ତି । ଜନତା ତାଙ୍କ ଉପରେ ଅତୁଟ ଭରସା ରଖନ୍ତି । ଭାରତରେ ଅନେକ ସାମାଜିକ ଏବଂ ଆର୍ଥିକ ସୁଧାର ଆସିଛି ।

Also Read :- ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ : ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ, ରାଡାର ଉପରେ ବୋମାବର୍ଷା

ପ୍ରଶାନ୍ତ ମହାସାଗରୀୟ ଦେଶ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ୍ ମାରାପେ ମୋଦୀଙ୍କ ପାଇଁ ଭିଡିଓ ମେସେଜ୍ ଜାରି କରିଛନ୍ତି । ସେ ମୋଦୀଙ୍କୁ ବିଶ୍ୱର ଜଣେ ମହାନ ରୋଲ୍ ମଡେଲ୍ ବୋଲି କହିଛନ୍ତି । ତାଙ୍କ ନେତୃତ୍ୱର ଉଦାହରଣ ମଧ୍ୟ ଦେଇଛନ୍ତି । ଆହୁରି ପ୍ରକାଶ କରିଛନ୍ତି ଯେ, ମୋଦୀ ସରକାର ଭାରତରେ ୨୦ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାର କରିଛନ୍ତି । ଏହା ଏକ ଚମତ୍କାର ଉପଲବ୍ଧି ଅଟେ ।

ତ୍ରିନିଦାଦ ଏବଂ ଟବାଗୋ ପିଏମ୍ କମଲା ପ୍ରସାଦ-ବିସେସର କହିଛନ୍ତି ଯେ, ଐତିହାସିକ ସଫଳତା ପାଇଁ ମୋଦୀଙ୍କୁ ଶୁଭେଚ୍ଛା । ମୋଦୀଙ୍କ ନେତୃତ୍ୱରେ ଭାରତ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି । ଲଗାତାର ତିନି ଥର ନେତୃତ୍ୱ ନେବା ଗୌରବର କଥା ।

ସେହିପରି ଆମେରିକା ସିନେଟର ଜନ୍ କାର୍ଣ୍ଣିନ୍ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ମୋଦୀ ୪୩୯୯ ଦିନ ଧରି କାର୍ଯ୍ୟକାଳ ସମ୍ଭାଳିଛନ୍ତି । ଏହା ୧୪୦ କୋଟି ଭାରତୀୟଙ୍କର ଭରସା ଉପରେ ଆଧାରିତ । ଭାରତ ଏବେ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଆର୍ଥବ୍ୟବସ୍ଥା ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି ।