କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରଦାର ଚଳାଇଛନ୍ତି ରାଜନୈତିକ ପାର୍ଟି । ରବିବାର ପ୍ରଧନାମନ୍ତ୍ରୀ ମୋଦୀ ଶାସକ ତୃତଣମୂଳ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ପଶ୍ଚିମବଙ୍ଗର ବନଗାଓଁରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ତୃଣମୂଳ କଂଗ୍ରେସ ଉପରେ ଚମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଟିଏମସିର ନିଷ୍ଠୁରତା ବଙ୍ଗର ପରିଚୟ (ମା, ମାଟି ଏବଂ ମାନୁଷ)କୁ ଗଭୀର ଭାବରେ କ୍ଷତି ପହଞ୍ଚାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଟିଏମସି ୧୫ ବର୍ଷ ପୂର୍ବରୁ ‘ମା-ମାଟି-ମାନୁଷ’ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିଲା, କିନ୍ତୁ ଆଜି ସେମାନେ ସେହି ଶବ୍ଦଗୁଡ଼ିକ ମଧ୍ୟ କହୁନାହାନ୍ତି। ଯଦି ସେମାନେ ଏହା ଉଲ୍ଲେଖ କରନ୍ତି, ତେବେ ସେମାନଙ୍କର ପାପ ଜଣାପଡ଼ିଛି । ଟିଏମସିର ନିଷ୍ଠୁରତା ମା'କୁ କାନ୍ଦାଇଛି, ମାଟିକୁ ସିଣ୍ଡିକେଟ ଏବଂ ଅନୁପ୍ରବେଶକାରୀଙ୍କୁ ହସ୍ତାନ୍ତର କରିଛି ଏବଂ ଲୋକଙ୍କୁ ପ୍ରବାସ କରିବାକୁ ବାଧ୍ୟ କରିଛି।

ପଶ୍ଚିମବଙ୍ଗ ଦେଶର ଏକ ନମ୍ବର ରାଜ୍ୟ ହୋଇପାରିବ

ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଅପାର ସମ୍ଭାବନା ଅଛି ଏବଂ ଏହା ପୁଣି ଥରେ ଦେଶର ଏକ ନମ୍ବର ରାଜ୍ୟ ହୋଇପାରିବ। ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମନେ ପକାଇ କହିଛନ୍ତି, ଆଜି ବେଙ୍ଗଲକୁ ଆପଣଙ୍କ ଗୋଟିଏ ଭୋଟ ଆବଶ୍ୟକ। ଆମକୁ ଆପଣଙ୍କ ଭୋଟ ଦିଅନ୍ତୁ ଏବଂ ଆମେ ଟିଏମସିଠାରୁ ମୁକ୍ତ କରିବୁ।

Also Read: West Bengal Election: ପଶ୍ଚିମବଙ୍ଗରେ ବିପୁଳ ମତଦାନକୁ ନେଇ ବଡ଼ ଦାବି କଲେ ପିଏମ ମୋଦୀ

ପ୍ରଥମ ପର୍ଯ୍ୟାୟ ଭୋଟରେ ଟିଏମସିର ଅହଂକାର ଭାଙ୍ଗିଛି

ପ୍ରଥମ ପର୍ଯ୍ୟାୟ ଭୋଟ୍ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଜନତା ଟିଏମସିର ଅହଂକାରକୁ ଭାଙ୍ଗି ଦେଇଛନ୍ତି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିଜେପିର ଏକ ବଡ଼ ବିଜୟ ନିଶ୍ଚିତ। ପ୍ରଧାନମନ୍ତ୍ରୀ ମହିଳା ସୁରକ୍ଷା ସମ୍ପର୍କରେ ଟିଏମସି ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ଆମର ଭଉଣୀ ଏବଂ ଝିଅମାନେ ଟିଏମସିର ଜଙ୍ଗଲ ରାଜର ସବୁଠାରୁ ବଡ଼ ଶିକାର। ସନ୍ଦେଶଖାଲିରେ ଭଉଣୀମାନଙ୍କ ସହିତ ଅନ୍ୟାୟ କରାଯାଇଥିଲା, କିନ୍ତୁ ସରକାର ଗୁଣ୍ଡାମାନଙ୍କୁ ସମର୍ଥନ କରିଥିଲେ। ଝିଅମାନେ ନିଖୋଜ ହେଉଛନ୍ତି ଏବଂ ସରକାର ଶୋଇଛନ୍ତି।’