ମେଷ – ଆସନ୍ତାକାଲି କାମରେ ମନ ଦେଲେ ଭଲ ଫଳ ମିଳିପାରେ। ଅଟକି ରହିଥିବା କିଛି କାମ ଆଗକୁ ବଢ଼ିବାର ରାସ୍ତା ମିଳିପାରେ। ଟଙ୍କା ଧାର ଦେବା କିମ୍ବା ନୂଆ ନିବେଶ କରିବା ପୂର୍ବରୁ ଭଲ ଭାବେ ଭାବନ୍ତୁ। ଘରେ କଥା କହିବାବେଳେ ରାଗ କରନ୍ତୁ ନାହିଁ।

ବୃଷ - ସୋମବାର ଆୟ ବଢ଼ାଇବା ପାଇଁ କିଛି ନୂଆ ଉପାୟ ମନକୁ ଆସିପାରେ। ବ୍ୟବସାୟରେ ଗ୍ରାହକଙ୍କ ସହ ଭଲ ବୁଝାମଣା ରହିବ। ହେଲେ ଅଧିକ ଲାଭ ଆଶାରେ ତରବର ହୋଇ ଟଙ୍କା ଲଗାନ୍ତୁ ନାହିଁ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ହେଲେ ଶାନ୍ତ ଭାବେ ସମାଧାନ କରନ୍ତୁ।

ମିଥୁନ - କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଅନ୍ୟମାନଙ୍କ କଥାରେ ପଡ଼ି ନିଜ ନିଷ୍ପତ୍ତି ବଦଳାନ୍ତୁ ନାହିଁ। ଆର୍ଥିକ ଦିଗରେ ଆୟ ଓ ଖର୍ଚ୍ଚ ମଧ୍ୟରେ ସମନ୍ୱୟ ରଖିବା ଦରକାର। ପୁରୁଣା ବନ୍ଧୁଙ୍କ ସହ କଥା ହେଲେ ମନ ହାଲୁକା ହୋଇପାରେ। ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ।

କର୍କଟ - ଆସନ୍ତାକାଲି ମନରେ ଅନେକ କଥା ଚାଲିପାରେ, ତେଣୁ ନିଷ୍ପତ୍ତି ନେବାରେ ଟିକେ ସମୟ ନିଅନ୍ତୁ। ଚାକିରିରେ ନିଜ କାମ ଠିକ୍ ଭାବେ କରନ୍ତୁ, ଅନ୍ୟର ଦାୟିତ୍ୱ ନିଜ ଉପରକୁ ନିଅନ୍ତୁ ନାହିଁ। ଘରର କୌଣସି ଖର୍ଚ୍ଚ ଚିନ୍ତା ବଢ଼ାଇପାରେ। ଜୀବନସାଥୀ ଙ୍କ ସହ ମନ ଖୋଲି କଥା ହୁଅନ୍ତୁ। ଅଧା ରହିଥିବା କାମ ସାରିବାକୁ ଚେଷ୍ଟା କରନ୍ତୁ।

ସିଂହ – ସୋମବାର ନିଜ କ୍ଷମତା ଦେଖାଇବାର ସୁଯୋଗ ମିଳିପାରେ, ହେଲେ ଅତି ଆତ୍ମବିଶ୍ୱାସରେ ଭୁଲ କରନ୍ତୁ ନାହିଁ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ କଥା ହେବାବେଳେ ନିଜ କଥା ସ୍ପଷ୍ଟ ଭାବେ ରଖନ୍ତୁ। ଅଚାନକ ଖର୍ଚ୍ଚ ଆସିପାରେ, ତେଣୁ ଅଯଥା କିଣାକିଣି ବନ୍ଦ କରନ୍ତୁ। ପରିବାରରେ ଆପଣଙ୍କ ପରାମର୍ଶର ମୂଲ୍ୟ ରହିବ। ରାଗରେ କାହାକୁ କଠୋର କଥା କହନ୍ତୁ ନାହିଁ।

କନ୍ୟା - କାମରେ ଧୈର୍ଯ୍ୟ ରଖିଲେ ଅଧିକ ଲାଭ ମିଳିବ। ଆର୍ଥିକ କାରବାରରେ ପୁରୁଣା ହିସାବ ଯାଞ୍ଚ କରିନିଅନ୍ତୁ। ସହକର୍ମୀଙ୍କ ସହ ମତଭେଦ ହେଲେ ଯୁକ୍ତିରେ କଥା ହୁଅନ୍ତୁ, ଝଗଡ଼ା କରନ୍ତୁ ନାହିଁ। ପରିବାରର କୌଣସି ସଦସ୍ୟଙ୍କୁ ଆପଣଙ୍କ ସାହାଯ୍ୟ ଦରକାର ପଡ଼ିପାରେ। ଖାଇବା ଓ ଶୋଇବା ସମୟ ଠିକ୍ ରଖନ୍ତୁ।

ତୁଳା - ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ନିଜ କଥା ଓ ନିଜ ନିଷ୍ପତ୍ତି ଉପରେ ଅଧିକ ଧ୍ୟାନ ରହିପାରେ। କିନ୍ତୁ ସବୁ କଥା ନିଜ ମନ ମୁତାବକ ହେବ ବୋଲି ଆଶା କରନ୍ତୁ ନାହିଁ। ବ୍ୟବସାୟରେ ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ,ସମ୍ପର୍କରେ ଭୁଲ ବୁଝାମଣା ହେଲେ ସିଧାସଳଖ କଥା ହୋଇ ସମାଧାନ କରନ୍ତ

ବିଛା – ଆସନ୍ତାକାଲି କିଛି କାମ ଆପଣଙ୍କ ଯୋଜନା ଅନୁସାରେ ନ ହୋଇପାରେ। ସେଥିପାଇଁ ହତାଶ ନ ହୋଇ ଗୋଟିଏ ପରେ ଗୋଟିଏ କାମ ସାରନ୍ତୁ। ଆର୍ଥିକ ଦିଗରେ ଅନାବଶ୍ୟକ ଖର୍ଚ୍ଚ ଉପରେ ନଜର ରଖନ୍ତୁ। ଗୁପ୍ତ କଥା ଅନ୍ୟ ଲୋକଙ୍କ ଆଗରେ କହିବା ପୂର୍ବରୁ ଭାବନ୍ତୁ। ଘରେ ଶାନ୍ତ ପରିବେଶ ରଖିବାକୁ ଚେଷ୍ଟା କରନ୍ତୁ।

ଧନୁ - ବନ୍ଧୁ କିମ୍ବା ପରିଚିତଙ୍କ ମାଧ୍ୟମରେ କାମର କିଛି ନୂଆ ସୁଯୋଗ ମିଳିପାରେ। ଚାକିରି ବଦଳାଇବା କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବା କଥା ଭାବୁଥିଲେ ଆଗେ ଭଲ ଭାବେ ଯୋଜନା କରନ୍ତୁ। ଟଙ୍କା ଧାର ନେବା କିମ୍ବା ଦେବାରେ ସାବଧାନ ରୁହନ୍ତୁ। ପିଲାମାନଙ୍କ ପଢ଼ା କିମ୍ବା ପରିବାରର କୌଣସି କଥାରେ ସମୟ ଦେବାକୁ ପଡ଼ିପାରେ।

ମକର - କାର୍ଯ୍ୟକ୍ଷେତ୍ରରେ ଧୀରେ ହେଲେ ମଧ୍ୟ ଆଗକୁ ବଢ଼ିବାର ସୁଯୋଗ ରହିବ। ଅଧିକ ଦାୟିତ୍ୱ ମିଳିଲେ ତାହାକୁ ଏଡ଼ାଇ ନ ଯାଇ ଯୋଜନା କରି କାମ କରନ୍ତୁ। ଘର କିମ୍ବା ଗାଡ଼ି ସମ୍ବନ୍ଧୀୟ ଖର୍ଚ୍ଚ ଭାବୁଥିଲେ ନିଜ ସାମର୍ଥ୍ୟ ଅନୁସାରେ ନିଷ୍ପତ୍ତି ନିଅନ୍ତୁ। ପରିବାରର ବୟସ୍କଙ୍କ ପରାମର୍ଶ ଉପକାରୀ ହୋଇପାରେ।

କୁମ୍ଭ - ନୂଆ କିଛି ଶିଖିବା କିମ୍ବା ନୂଆ ଯୋଜନା କରିବାର ଇଚ୍ଛା ହୋଇପାରେ। ଦୂର ସ୍ଥାନରେ ଥିବା ଲୋକଙ୍କ ସହ କଥାବାର୍ତ୍ତାରୁ କାମର ସୁଯୋଗ ମିଳିପାରେ। ତେବେ କୌଣସି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରନ୍ତୁ ନାହିଁ। ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ଆବଶ୍ୟକତା ଦେଖନ୍ତୁ। ବନ୍ଧୁଙ୍କ ସହ କଥା ହେବାବେଳେ ପୁରୁଣା ଅଭିମାନକୁ ମଝିରେ ଆଣନ୍ତୁ ନାହିଁ।

ମୀନ - ଆସନ୍ତାକାଲି ମନରେ କିଛି ଚିନ୍ତା ଥିଲେ ମଧ୍ୟ ତାହାକୁ ନେଇ ତରବର ନିଷ୍ପତ୍ତି ନିଅନ୍ତୁ ନାହିଁ। ଟଙ୍କା ନେଣଦେଣ, ଋଣ କିମ୍ବା ନିବେଶ ସମ୍ବନ୍ଧୀୟ କଥାରେ କାଗଜପତ୍ର ଭଲ ଭାବେ ଯାଞ୍ଚ କରନ୍ତୁ। ଅଫିସରେ ଅନ୍ୟମାନଙ୍କ କାମରେ ଅଧିକ ମୁଣ୍ଡ ପୂରାନ୍ତୁ ନାହିଁ। ଘରେ ନିଜ ମନର କଥା କହିଲେ ଭୁଲ ବୁଝାମଣା କମିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682