ଭୁବନେଶ୍ୱର ୯।୮: ଟ୍ରେଲର ଚାବି ଖରାପ... ଗ୍ୟାରେଜରୁ ମାଗିନେଲେ ଫୁଲ୍ ଇଗ୍ନେସନ ସେଟ୍... ଇଗ୍ନେସନ ସେନ୍ସର ବଦଳାଇ, ୧୮ ଚକିଆ ଟ୍ରେଲର ନେଇ ମାରିଲେ ଚମ୍ପଟ । ଗାଡ଼ି ଚୋରିର ନୂଆ ଟେକନିକ, ନୂଆ ଫଣ୍ଡା.....କିନ୍ତୁ ଫୋନ୍ ପେ’ ଟ୍ରାଞ୍ଜାକ୍ସନ ଏବଂ ସିସିଟିଭି ଫୁଟେଜ୍ ପାଇଁ ଧରାପଡ଼ିଲେ ଟ୍ରେଲର ଚୋର ଗ୍ୟାଙ୍ଗ । ଏଭଳି ଏକ ଟ୍ରେଲର ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଇନ୍ଫୋଭ୍ୟାଲି ଥାନା ପୋଲିସ ।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ଇଗ୍ନେସନ ସେଟ୍ କିଣିବା ବେଳର ସିସିଟିଭି ଫୁଟେଜ୍ ଆଧାରରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ସତ୍ୟବାନ ସୁବୁଦ୍ଧି, କବିନ୍ଦ୍ର ପ୍ରଧାନ, ମନୋଜ ପଟ୍ଟନାୟକ ଏବଂ ବିଶ୍ବଜିତ ରାଉତରାୟ ।

Also Read:- ଚାକିରି ଦେବାକୁ କହି ୧୫ରୁ ଅଧିକଙ୍କୁ ଠକେଇ ଅଭିଯୋଗ ; ସ୍ୱାମୀ ଗିରଫ, ପତ୍ନୀଙ୍କୁ ଖୋଜୁଛି ପୋଲିସ

ସ୍ଥାନୀୟ ଅଞ୍ଚଳରେ ଏହି ଗ୍ୟାଙ୍ଗ ଅନେକ ଦିନ ହେଲା ସକ୍ରିୟ ରହିଥିଲେ । ଗାଡ଼ି ଚୋରି କରିବା ପରେ କବାଡ଼ିଆରେ ବିକ୍ରି କରିଦେଉଥିଲେ । ତେଣୁ ଅଭିଯୁକ୍ତ ମାନଙ୍କର ଟିଆଇ ପରେଡ୍ କରିବ ପୋଲିସ । ସେମାନେ କାହାକୁ ଗାଡ଼ି ବିକ୍ରି କରୁଥିଲେ ? ସେମାନଙ୍କର ଆନ୍ତଃରାଜ୍ୟ ଲିଙ୍କ୍ ଅଛି କି ନାହିଁ ? ତାହାର ଖୋଳତାଡ଼ କରିବାକୁ ପୋଲିସ ଯୋଜନା କରିଛି।

Watch Video: