ଭୁବନେଶ୍ୱର ୯।୮: ଧ୍ରୁତ 420 ଦମ୍ପତି । ଚାକିରି ଦେବାକୁ କହି ୧୫ରୁ ଅଧିକ ଜଣଙ୍କ ଠାରୁ ଠକେଇ । ନିଜକୁ OPTCL ଅଧିକାରୀ କହି ଜାଲ ବିଛାଉଥିଲା ଅଭିଯୁକ୍ତ । ଲୋକେ ଟଙ୍କା ଦେବାକୁ ରାଜି ହେବା ପରେ ପତ୍ନୀଙ୍କ ବିୟୁଟି ପାର୍ଲରରେ ଡିଲ୍ ହେଉଥିଲା । ଭୁବନେଶ୍ବର ସହିଦ ନଗର ଅଞ୍ଚଳରେ ଉଭୟ ଘୂରି ବୁଲୁଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଅନେକ କାଗଜପତ୍ର ଏବଂ ମୋବାଇଲ ଫୋନ୍ ଜବତ କରିଛି । ପତ୍ନୀଙ୍କୁ ଖୋଜୁଛି ପୋଲିସ ।

ଚାକିରି ଦେବାର ପ୍ରତିଶ୍ରୁତି ଦେଇ ୧୫ରୁ ଅଧିକ ଜଣଙ୍କୁ ଠକେଇ ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ନିଜକୁ OPTCL ଅଧିକାରୀ ଭାବେ ପରିଚୟ ଦେଇ ଚାକିରି ଆଶାୟୀଙ୍କୁ ନିଜ ଜାଲରେ ଫସାଉଥିବା ଅଭିଯୋଗ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ନିରଞ୍ଜନ ନାୟକ ଓରଫ ନିରଞ୍ଜନ ଆଚାର୍ଯ୍ୟ ।

Also Read:- ଓଡ଼ିଶାରେ ବର୍ଷାକୁ ନେଇ ବଡ଼ ଚେତାବନୀ : ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ୪୦ କି.ମି. ବେଗରେ ବହିବ ପବନ !

ଅଭିଯୋଗ ଅନୁଯାୟୀ, ଚାକିରି ପାଇଁ ଲୋକେ ଟଙ୍କା ଦେବାକୁ ରାଜି ହେବା ପରେ ତାଙ୍କ ପତ୍ନୀଙ୍କ ବିୟୁଟି ପାର୍ଲରରେ ଟଙ୍କା ନେଣଦେଣ ଓ ଡିଲ୍ ହେଉଥିଲା । ନିରଞ୍ଜନ ଓ ତାଙ୍କ ପତ୍ନୀ ଭୁବନେଶ୍ୱରର ସହିଦନଗର ଅଞ୍ଚଳରେ ଘୂରି ବୁଲୁଥିବା ନେଇ ମଧ୍ୟ ସୂଚନା ମିଳିଛି । ପୋଲିସ ନିରଞ୍ଜନଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବିଭିନ୍ନ କାଗଜପତ୍ର ଓ ମୋବାଇଲ ଫୋନ ଜବତ କରିଛି ।

​​​​​​​

ଏହି ଠକେଇ ଘଟଣାରେ ଆହୁରି କେତେ ଜଣ ସାମିଲ ଅଛନ୍ତି ଏବଂ କେତେ ଟଙ୍କାର ଠକେଇ ହୋଇଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ନିରଞ୍ଜନଙ୍କ ପତ୍ନୀଙ୍କୁ ମଧ୍ୟ ପୋଲିସ ଖୋଜୁଛି ।

Watch Video: