ଚଣ୍ଡିଗଡ଼,|୦୬:ବିଜେପି ନେତାଙ୍କୁ ଟାର୍ଗେଟ୍ । ବୋମା ମାଡ଼ କଲେ ଦୁର୍ବୃତ୍ତ । ବିଜେପି ନେତାଙ୍କ ଦ୍ୱାରା ପରିଚାଳିତ ଏକ କ୍ଲିନିକ ଉପରେ ଦୁର୍ବୃତ୍ତମାନେ ପେଟ୍ରୋଲ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ପଞ୍ଜାବର ଭଟିଣ୍ଡାରେ ।

ରିପୋର୍ଟ ଅନୁସାରେ, ପଞ୍ଜାବର ଟାଣୁଆ ବିଜେପି ନେତା ଡାକ୍ତର ତରଶେମ୍ ଗର୍ଗଙ୍କ କ୍ଲିନିକ୍ ଉପରେ ଆକ୍ରମଣ ହୋଇଛି । କ୍ଲିନିକରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସୋମବାର ରାତିରେ କ୍ଲିନିକ୍ ପାଖକୁ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ କ୍ଲିନିକର ଗେଟ୍ ସମ୍ମୁଖରେ କିଛି ସମୟ ଠିଆ ହୋଇ ବୋମା ମାଡ଼ କରିଥିଲେ । ଅନ୍ୟ ଜଣେ ଏହି ଘଟଣାର ଭିଡିଓ ଉତ୍ତୋଳନ କରିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । ବୋମାମାଡ଼ ପରେ ପ୍ରବଳ ଶବ୍ଦ ହୋଇଥିଲା । ଲୋକେ ଏଣେତେଣେ ଦୌଡିଥିଲେ । ତେବେ କିଛି ସମୟ ପରେ ଘଟଣାସ୍ଥଳରେ ଗହଳି ହୋଇଯିବାରୁ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ ।

Also Read :- ଏବେ ୭୦ ବର୍ଷରେ ଅବସର ନେବେ ସରକାରୀ କର୍ମଚାରୀ ! ଏହି ଦେଶର ସରକାରଙ୍କ ବଡ ନିଷ୍ପତ୍ତି

କ୍ଲିନିକରେ ବୋମାମାଡ଼ ସମୟରେ ନିଜେ ଡାକ୍ତର ଗର୍ଗ ଉପସ୍ଥିତ ଥିଲେ । ଘଟଣାକୁ ନେଇ ସେ କହିଛନ୍ତି ଯେ, ତାଙ୍କର କାହା ସହ ଶତ୍ରୁତା ନାହିଁ । କେହି କେବେ ତାଙ୍କୁ ଧମକ ଦେଇ ନାହାଁନ୍ତି । ପୂର୍ବରୁ ସେ ଆମ୍ ଆଦମୀ ପାର୍ଟିରେ ଥିଲେ । ଦଳର ଶ୍ରମସାମ୍ମୁଖ୍ୟର ସେ ସମ୍ପାଦକ ଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ ।