ଭୁବନେଶ୍ବର ୧।୬: କେନ୍ଦ୍ର ଦେଉଥିବା ଭତ୍ତାରେ ହେଉଛି ସମସ୍ୟା । ଖୁବ୍‌ଶୀଘ୍ର ଏହି ଟେକ୍ନିକାଲ ଇସ୍ୟୁର ହେବ ସମାଧାନ । ଭତ୍ତା ପ୍ରସଙ୍ଗରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ଏଭଳି ବଡ଼ ବୟାନ । ଏକ କାଳୀନ ସବୁ ଟଙ୍କା ମିଳିବ । ଭତ୍ତା ପାଇଁ ଆସୁଥିବା ଲୋକଙ୍କୁ ଠିକ୍‌ରେ ବୁଝାଇବାକୁ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଏହା କେନ୍ଦ୍ରର ପ୍ରସଙ୍ଗ । କିଛି ଟେକ୍ନିକାଲ ଇସ୍ୟୁ ଭତ୍ତା ମିଳିବାରେ ବିଳମ୍ବ ହେଉଛି । ଏହାର ସମାଧାନ ଚାଲିଛି । କେନ୍ଦ୍ର ଦେଉଥିବା ଭତ୍ତାରେ କେବଳ ସମସ୍ୟା ରହିଛି । ଏବେ ତାଙ୍କର ଆକାଉଣ୍ଟ ଚେଞ୍ଜ ହେଉଛି । ଟେକ୍ନିକାଲ ପ୍ରୋବ୍ଲେମ୍ ଆସୁଛି । ଖୁବ୍‌ଶୀଘ୍ର ଏସବୁର ସମାଧାନ ହୋଇଯିବ ।

Also Read:- ବାଲିଅନ୍ତା ବର୍ବରତାର ତଦନ୍ତ ପାଇଁ ପହଞ୍ଚିଲା ଦୁଇ ଜଣିଆ NHRC ଟିମ୍‌, ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ କରିବେ ପଚରାଉଚରା

ଯେହେତୁ କେନ୍ଦ୍ର ଏବେ ଭତ୍ତା ସିଷ୍ଟମରେ ପରିବର୍ତ୍ତନ କରିବାକୁ ଯାଉଛି, ଯେଉଁଥି ପାଇଁ ଏ ସମସ୍ୟା ରହୁଛି । ଲୋକମାନେ ଧର୍ଯ୍ୟ ଧରି ରୁହନ୍ତୁ । ଏହାର ସମାଧାନ ହୋଇଗଲେ ଏକା ଥରକେ ସବୁ ଟଙ୍କା ମିଳିବ । ଭତ୍ତା ହିତାଧିକାରୀଙ୍କୁ ଅଧିକାରୀ ମାନେ ଠିକ୍‌ରେ ବୁଝାଇବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।