ଭୁବନେଶ୍ୱର ୧୪।୦୭: ପଥରଗାଡ଼ିଆ ଗାଁ ପୁଣି ଅଶାନ୍ତ । ଇନ୍ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଗାଁ ପୁଣି ଅଶାନ୍ତ ହୋଇପଡ଼ିଛି । ପୁଣି ୨ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ସଂଘର୍ଷରେ ୨ ଜଣ ଗୁରୁତର ହୋଇଛନ୍ତି । ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ପପୁନା ଜେନା ଓ ଜଗଦୀଶ ବେହେରାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ଥମି ନଥିବାରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଖବର ଅନୁଯାୟୀ, ଗତବର୍ଷ ଗଣେଷ ପୂଜାରେ ବେହେରା ସାହି ଓ ଜେନା ସାହି ଭିତରେ ବିବାଦ ହୋଇଥିଲା । ସେବେଠାରୁ ୨ ସାହି ଭିତରେ ଶତ୍ରୁତା ଲାଗି ରହିଥିଲା । ସୋମବାର ଅପରାହ୍ଣରେ କ୍ରିକେଟ୍ ଖେଳ ବେଳେ କମେଣ୍ଟ ମରାକୁ କେନ୍ଦ୍ର କରି ପପୁନା ଓ ଜଗଦୀଶ ଭିତରେ ଝଗଡ଼ା ଲାଗିଥିଲା । ଦୁଇ ସାହିର ଏହି ଦୁଇଜଣଙ୍କ ଭିତରେ ଗଣ୍ଡଗୋଳ ପୂର୍ବ ଶତ୍ରୁତାକୁ ନେଇ ଭୀଷଣ ରୂପ ନେଇଥିଲା। ରାତି ୯ଟାରେ ୨ ସାହିର ଦୁହେଁ ପରସ୍ପରକୁ କଟୁରିରେ ଆକ୍ରମଣ କରିଥିଲେ । ପରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ଫିଙ୍ଗିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଚାଲିଲା ।

Also Read:-Weather Update : ଆସନ୍ତା୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା, ଆଜିଠୁ ୫ ଦିନ ପ୍ରବଳ ବର୍ଷା,

ତେବେ ସ୍ଥିତି ଅଣାୟତ ହେବାରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଟିମ୍ ପହଞ୍ଚିବା ପରେ ୨ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ୨ ସାହିରେ ପୋଲିସ ପକ୍ଷରୁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । କିଛି ଲୋକଙ୍କୁ ଅଟକ ରଖିଥିବା ଜଣାପଡିଛି ।