ଭଦ୍ରକ ୦୯।୦୪ : ନ୍ୟାୟ ମାଗୁଛନ୍ତି ବାପା- ମାଆ। ପୁଅର ହତ୍ୟାକାରୀଙ୍କୁ କେବେ ଧରିବ ପୋଲିସ । ଆମ ପୁଅକୁ ଡାକି ହତ୍ୟା କରିଦେଲେ, କେବେ ଦୋଷୀଙ୍କୁ ଧରିବ ପୋଲିସ । ଏପରି କିଛି ଅଭିଯୋଗ ଆଣି ଭଦ୍ରକ ଏସ୍ପିଙ୍କ ଭେଟିଛନ୍ତି ଅସହାୟ ବାପା-ମାଆ ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ମଧୁପୁର ଗାଁର ଦେବେନ୍ଦ୍ର ସ୍ୱାଇଁଙ୍କ ଏକ ମାତ୍ର ପୁଅ ଦେବବ୍ରତ ସ୍ୱାଇଁ ଗତମାସ ୧୪ ତାରିଖ ଭୋର ସମୟରେ ତାଙ୍କର ସାଙ୍ଗ ସାଗର ପାତ୍ରଙ୍କୁ ଆଣିବାକୁ ବାଇକ ଯୋଗେ ଚରମ୍ପା ଷ୍ଟେସନ ଯାଇଥିଲେ । ପୁଅ ଦେବବ୍ରତ ଘରକୁ ନଆସି ଭଦ୍ରକ ସହର ନିକଟ ମୋଟଲ ଛକରେ ଥିବା ସାଗରର ବନ୍ଧୁ ଅଭିଜିତ୍ ସାହୁଙ୍କ ଘରକୁ ଯାଇଥିଲେ । ସେଠାରୁ ଆସିବାରେ ବିଳମ୍ବ ହେବାରୁ ଭୋର ୭ଟାରେ ବ୍ୟସ୍ତ ହୋଇ ଦେବବ୍ରତକୁ ବାପା-ମାଆ ଫୋନ୍ କରିଥିଲେ । ଦେବବ୍ରତ ଦୁଇ ସାଙ୍ଗଙ୍କ ଘରେ ଖାଇକି ଆସିବ ବୋଲି କହିଥିଲେ । ମାତ୍ର ଏହାର କିଛି ଘଣ୍ଟା ପରେ ଦେବବ୍ରତ ଘର ଲୋକଙ୍କ ଫୋନ୍ ଆଉ ଉଠାଇନଥିଲେ । ଦେବବ୍ରତଙ୍କ ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ଦୁଇ ସାଙ୍ଗଙ୍କୁ ଦେବବ୍ରତଙ୍କ ସ୍ତ୍ରୀ ଫୋନ୍ କରିଥିଲେ । ଫୋନ୍ରେ ସାଙ୍ଗମାନେ କହିଥିଲେ କି ଦେବବ୍ରତ ସେଠାରେ ନାହାନ୍ତି । ଯାହାକୁ ଶୁଣି ପରିବାର ଲୋକ ବ୍ୟସ୍ତ ହୋଇପଡିଥିଲେ। ଏହି ମାମଲାର କିଛି ସମୟ ପରେ ଦେବବ୍ରତ ଏକ ଡ୍ରେନ ପଡିଥିବାର ଖବର ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ଦେବବ୍ରତ କହିଥିଲେ । ଦେବବ୍ରତଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

Also Read:-ବୃଦ୍ଧଙ୍କ ସହ ସମ୍ପର୍କ ରଖିବାକୁ ମନା କରିବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ, ମୃତଦେହକୁ ଖଟ ବାକ୍ସ ଭିତରେ ପୂରାଇଦେଲା

ସେପଟେ ଏହି ଖବର ଶୁଣିବା ପରେ ଦେବବ୍ରତଙ୍କ ପରିବାର ଲୋକ ଭଦ୍ରକରେ ପହଞ୍ଚି ପୁଅର ଏପରି ଅବସ୍ଥା ଲାଗି ଦୁଇ ସାଙ୍ଗ ନାଁରେ ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୁଇ ସାଙ୍ଗ ମିଶି ଦେବବ୍ରତଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଅଭିଯୋଗର ଏତେ ପରେ ବି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଶେଷରେ ପରିବାର ଲୋକ ବାଧ୍ୟ ହୋଇ ଭଦ୍ରକ ଏସ୍ପିଙ୍କ ନିକଟରେ ଗୁହାରି କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ଦୋଷୀଙ୍କ ବିରୋଧରେ ଆକ୍ସନ ନିଆଯାଉ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

Watch Video:-