ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ ଆଡ଼କୁ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ ମଧ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏ ନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବର୍ତ୍ତମାନର ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ଫେବ୍ରୁଆରୀ ମାସରେ ଶେଷ ହେବାକୁ ଯାଉଥିବା ବେଳେ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି। ଆସନ୍ତା ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥିସହିତ ବର୍ତ୍ତମାନ ରାଜ୍ୟରେ ଜନଗଣନା ପ୍ରକ୍ରିୟା ଜାରି ରହିଥିବାରୁ, ଏହି ପ୍ରକ୍ରିୟା ଶେଷ ହେବା ପରେ ଅର୍ଥାତ୍ ମାର୍ଚ୍ଚ ୫ ତାରିଖ ପରେ ହିଁ ନିର୍ବାଚନ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା ହେବାର ସମ୍ଭାବନା ରହିଛି।

Also Read: ପୋଲିସ ଦୀକ୍ଷାନ୍ତ ସମାରୋହ ଘଟଣାରେ ତେଜିଲା ରାଜନୀତି, ନବୀନଙ୍କ ଆକ୍ଷେପକୁ କାଉଣ୍ଟର କଲେ ସୁରେଶ ପୂଜାରୀ

ଅନ୍ୟପକ୍ଷରେ, ପଞ୍ଚାୟତ ନିର୍ବାଚନ ଶେଷ ହେବାର ପ୍ରାୟ ମାସେ ପରେ ରାଜ୍ୟରେ ପୌର (ମ୍ୟୁନିସିପାଲିଟି) ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଏହି ଘୋଷଣା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।