ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ୨୦୨୬ ଟି-20 ବିଶ୍ୱକପ୍ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ସହିତ ଖେଳିବ ନାହିଁ ବୋଲି ଘୋଷଣା କରିଛି । ଏହି ମ୍ୟାଚ୍ ଫେବ୍ରୁଆରୀ ୧୫ ତାରିଖରେ ହେବାର ଥିଲା। ପାକିସ୍ତାନ ସରକାର କହିଛନ୍ତି ଯେ, ଦଳ ଫେବ୍ରୁଆରୀ ୧୫, ୨୦୨୬ ରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ନାହିଁ।

ପାକିସ୍ତାନ ସରକାର ରବିବାର ଘୋଷଣା କରିଛନ୍ତି ଯେ, ପାକିସ୍ତାନୀ ଦଳ ଫେବ୍ରୁଆରୀ ୭ରୁ ଆରମ୍ଭ ହେଉଥିବା ୨୦୨୬ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବ । କିନ୍ତୁ ଫେବ୍ରୁଆରୀ ୧୫ରେ ଭାରତ ବିପକ୍ଷରେ ମଇଦାନକୁ ଓହ୍ଲାଇବ ନାହିଁ। ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଆଉଟ ହେବା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି।

ସେପଟେ ପାକିସ୍ତାନ ଭାରତ ବିପକ୍ଷରେ ସେମିଫାଇନାଲରେ ଖେଳିବ କି ନାହିଁ, ଶାହବାଜ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । ବର୍ତ୍ତମାନ ପାକିସ୍ତାନ ସରକାର ଫେବ୍ରୁଆରୀ ୧୫ ରେ ହେବାକୁ ଥିବା ମ୍ୟାଚ୍ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ଏହା ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ।