ଲାହୋର, ୨୫/୦୮ : ପାକିସ୍ତାନର ମୁସଲିମ ଦୁଇ ଭାଗ । ପରସ୍ପରକୁ କଲେଣି ଆକ୍ରମଣ । ମସଜିଦରେ ମଧ୍ୟ ଫୁଟିଲାଣି ଗୁଳି । ପାକ୍ ପଞ୍ଜାବ ପ୍ରାନ୍ତରେ ଥିବା ଏକ ମସଜିଦରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ମୌଲାନା ପ୍ରାଣ ହରାଇଛନ୍ତି । ମୌଲାନାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ରବିବାର ଲାହୋରରୁ ୨୦୦ କିଲୋମିଟକ ଦୂରରେ ଘଟିଛି ।

Also Read :- ସରିନି ମୌସୁମୀ ଅଧିବେଶନ ! କିଛି ସିକ୍ରେଟ୍ ପ୍ଲାନ୍ କରୁଛନ୍ତି କି କେନ୍ଦ୍ର ସରକାର ? ସନ୍ଦେହ କଲେ ବିରୋଧୀ

ପୋଲିସର କହିବାନୁସାରେ, ସୁନ୍ନୀ ଧର୍ମଗୁରୁ ମହମ୍ମଦ ତଲହା ରଜା ମସଜିଦରେ ଥିଲେ । ଏହି ସମୟରେ ଚାରି ଜଣ ବନ୍ଧୁକଧାରୀ ମସଜିଦରେ ପ୍ରବେଶ କରିଥିଲେ । ମହମ୍ମଦଙ୍କୁ ଅତି ନିକଟରୁ ଗୁଳି କରିଥିଲେ । ଫଳରେ ସେଠାରେ ହିଁ ମୌଲାନା ବା ଧର୍ମଗୁରୁ ଜଣଙ୍କ ଅଚେତ ହୋଇଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ବର୍ଷେ ତଳେ ଜାରି କରିଥିଲେ ଫତଓ୍ୱା

ପୋଲିସର କହିବାନୁସାରେ, ପୂର୍ବରୁ ମହମ୍ମଦଙ୍କ ନାଁରେ ଅନେକ ବିବାଦ ରହିଛି । ସେ ବର୍ଷେ ତଳେ ଅସଲମ କରି ନାମକ ଜଣେ ଯୁବକଙ୍କ ବିରୋଧରେ ଫତଓ୍ୱା ଜାରି କରିଥିଲେ । ଅସଲମ ନମାଜ ପଢିପାରିବେ ନାହିଁ ବୋଲି ପତଓ୍ୱା ଜାରି କରାଯାଇଥିଲା । ସେବେଠୁ ତାଙ୍କୁ ଧମକ ମିଳି ଆସୁଥିଲା । କରି ଅସଲମ ଏବଂ କାସିମ ଶାହ ନାମକ ଦୁଇ ବ୍ୟକ୍ତି ତାଙ୍କୁ ଲଗାତାର ଧମକ ଦେଉଥିଲେ ।

ମହମ୍ମଦ ଜାରି କରିଥିବା ଫତଓ୍ୱାରେ କହିଥିଲେ ଯେ, କୌଣସି ସିୟାଙ୍କ ଶେଷ ଯାତ୍ରାରେ ନମାଜ ପାଠ କରାଇବା ଇସଲାମ ବିରୋଧୀ ଅଟେ । ଅସଲାମ ଆସିଫ ଶାହ ନାମକ ଜଣେ ବ୍ୟକ୍ତିଙ୍କ ଶେଷ ଯାତ୍ରାରେ ନମାଜ ପାଠ କରିଥିଲେ । ଯାହା ଠିକ୍ ନୁହେଁ । ଏହା କହିବା ପରେ ସେ ଅସଲମଙ୍କ ବିରୋଧରେ ଫତଓ୍ୱା ଜାରି କରିଥିଲେ । ଯାହା ପରଠୁ ତାଙ୍କୁ ଧମକ ମିଳୁଥିଲା ।

ଅନ୍ୟ ଦିଗରେ ହତ୍ୟା ସନ୍ଦିଗ୍ଧଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି ।