ବଦଳିଯିବ ପାକିସ୍ତାନ ମାନଚିତ୍ର I ସେନା କରୁଛି ଗୁପ୍ତ ଷଡଯନ୍ତ୍ର I ଲଣ୍ଡନରେ ଚାଲିଛି ବୈଠକ I ପାକିସ୍ତାନ ରାଜନୀତି ଓ ସେନା ଶକ୍ତି ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ ! ତେବେ ସତରେ କଣ ଫାଳ ଫାଳ ହେବକି ପାକିସ୍ତାନ ? ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ସିକ୍ରେଟ ପ୍ଲାନ ଓ ପାକିସ୍ତାନର ନୂଆ ପ୍ରଦେଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି I ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର ଓ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀଙ୍କ ମଧ୍ୟରେ କଡା ଟକ୍କର I ମୁନୀର ପ୍ରଦେଶ ଗୁଡିକର ବିଭାଜନ ଚାହୁଁଥିବା ବେଳେ ଜର୍ଦାରୀ ଏହି ନିଷ୍ପତି ରେ ରାଜି ନୁହନ୍ତି I ଏହି ଘଟଣାକୁ କେନ୍ଦ୍ର କରି ପାକିସ୍ତାନ ସେନା ଓ ରାଜନୈତିକ ବ୍ୟବସ୍ତା ମଧ୍ୟରେ ଏକ ବଡ ବିଭ୍ରାଟ ଜନ୍ମ ନେଇ ପରେ ବୋଲି ଆଶଙ୍କା କରାଯାଉଛି I

ଲଣ୍ଡନରେ ହୋଇଥିବା ପ୍ରାୟ ୯୦ ମିନିଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ସବୁଠି ଚର୍ଚ୍ଚା। ବୈଠକରେ ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନିରଙ୍କ ବାର୍ତ୍ତା, ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀଙ୍କ ପ୍ରତିଯୋଜନା ଏବଂ ଦେଶରେ ନୂଆ ପ୍ରଦେଶ ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିଥିବା ଜଣାପଡିଛି । ତେବେ ଏହି ୯୦ ମିନିଟ୍ର ବୈଠକରେ ପାକିସ୍ତାନକୁ ନେଇ କଣ ଆଲୋଚନା ହେଲା? ଲଣ୍ଡନରେ ହୋଇଥିବା ଏହି ବୈଠକ ପାକିସ୍ତାନର ଭବିଷ୍ୟତ ରାଜନୀତିକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପାକିସ୍ତାନରେ ଦୀର୍ଘଦିନ ଧରି ସେନାର ପ୍ରଭାବ ରାଜନୀତି ଉପରେ ରହିଆସିଛି। ଏଭଳି ସମୟରେ ଦେଶର ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ଓ ନୂଆ ପ୍ରଦେଶ ଗଠନକୁ ପାକିସ୍ତାନ ସେନା ଜୋର ଦେଉଛି Iବେଲୁଚିସ୍ତାନ ,ପଞ୍ଜାବ ଓ ସିନ୍ଧ ପ୍ରଦେଶକୁ ବିଭାଜନ କରିବାକୁ ଯୁକ୍ତି ବାଢ଼ିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର I କିନ୍ତୁ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ବେଲୁଚିସ୍ତାନ ଓ ସିନ୍ଧପ୍ରଦେଶ କୁ କୌଣସି ପରିସ୍ଥିତିରେ ବି ବିଭାଜନ କରିବାକୁ ଚାହୁଁନାହାନ୍ତି I

ଅନ୍ୟପଟେ ପାକିସ୍ତାନ କୁ ବିଭାଜନ କରିବାକୁ ଜରଦାରୀ ଉପରେ ଚାପ ପକାଉଛି ସେନା I ତେବେ ଜର୍ଦାରୀ ବେଲୁଚିସ୍ତାନ ଓ ସିନ୍ଧ କୁ ନେଇ ଡରୁଛନ୍ତି କାହଁକି ? ପାକିସ୍ତାନ ରାଷ୍ଟ୍ରପତି ଏହି ନୂଆ ପ୍ରଦେଶ ଗଠନ କରିବାକୁ ସମ୍ପୂର୍ଣ ବିରୋଧ କରୁଛନ୍ତି l ଏହାର ପ୍ରମୁଖ କାରଣ ହେଉଛି ସିନ୍ଧ ପ୍ରଦେଶ ,ଯାହାକି ଜରଦାରୀଙ୍କ ଦଳ ପିପିର ସବୁଠାରୁ ବଡ ରାଜନୈତିକ ଗଡ l ସିନ୍ଧର ବିଭାଜନ ହୋଇଗଲେ ତାହା ଦଳ ପାଇଁ ବଡ ରାଜନୈତିକ ବିପଦ ସୃଷ୍ଟି କରିବ l ଅନ୍ୟପକ୍ଷରେ ବେଲୁଚିସ୍ତାନ ପୂର୍ବରୁ ହିଁ ଉଗ୍ରବାଦ ଓ ଖରାପ ସ୍ତିତି ଦେଇ ଗତି କରୁଛି l ଜରଦାରୀଙ୍କ ଯୁକ୍ତି ହେଉଛି ଏହି ସମୟରେ ବେଲୁଚିସ୍ତାନକୁ ଭାଗ ଭାଗ କଲେ ସେଠାରେ ସୁରକ୍ଷା ବ୍ୟବସ୍ତା ଆହୁରି ବିଗିଡି ଯାଇ ପରେ l ତେଣୁ ଏଭଳି ଅତର୍କିତ ଭାବରେ ପାକିସ୍ତାନ ର ମାନଚିତ୍ର ପରିବର୍ତନ ନକରି ଧୀରେ ଧୀରେ କାର୍ଯ୍ୟ କରିବାକୁ ସେ ଚାହୁଁଛନ୍ତି l

also read -ଭୂସ୍ଖଳନ ପରେ ନେପାଳରେ ଭୂକମ୍ପ ଝଟକା, ୫.୩ ତୀବ୍ରତାର ଭୂକମ୍ପରେ ଆତଙ୍କିତ ଲୋକେ

ତେବେ ନୂଆ ପ୍ରଦେଶ ଗଠନ ପଛରେ ପାକ ସେନାର କିଛି ଭିତିରି ଖେଳ ରହିଛିକି ?କୁହାଯାଉଛି ନୂଆ ପ୍ରଦେଶ ଗଠନ କରିବାକୁ ସେନା ପିପି ଏବଂ pmln ର ଆଧିପତ୍ୟ ଦୁର୍ବଳ କରିବାର ଅସ୍ତ୍ର ଭାବରେ ବ୍ୟବହାର କରୁଛି l ବଡ ବଡ ପ୍ରଦେଶ ଗୁଡିକ ଭାଙ୍ଗି ଛୋଟ ଛୋଟ ପ୍ରଦେଶରେ ରୂପାନ୍ତରିତ ହେଲେ ପାରମ୍ପରିକ ରାଜନୈତିକ ଦଳ ମଗୁଡିକର କ୍ଷମତା ସୀମିତ ହୋଇଯିବ ଏବଂ ନୂଆ ନେତା ତିଆରି ହେବେ l ଏହି ଷଡ଼ଯନ୍ତ୍ରକୁ ବୁଝିପାରିଛନ୍ତି ଜରଦାରୀ ଯେଉଁଥି ସେ ନବାଜ ସରିଫଙ୍କ ସହିତ ମଧ୍ୟ ଯୋଗାଯୋଗରେ ଅଛନ୍ତି l

ଅନ୍ୟପଟେ ଲଣ୍ଡନରେ ପ୍ରାୟ ୯୦ ମିନିଟ୍ ଧରି ହୋଇଥିବା ଏହି ଆଲୋଚନାକୁ ନେଇ ଏବେ ଅନେକ ପ୍ରଶ୍ନ। ବୈଠକର ପ୍ରକୃତ ଏଜେଣ୍ଡା କଣ ଥିଲା? କେଉଁ ନିଷ୍ପତ୍ତି ଉପରେ ସହମତି ହେଲା? ଏବଂ ଏହାର ପ୍ରଭାବ ପାକିସ୍ତାନର ଆଗାମୀ ରାଜନୀତି ଉପରେ କିପରି ପଡ଼ିବ? ଏସବୁ ପ୍ରଶ୍ନର ଉତ୍ତର ଆଗାମୀ ଦିନରେ ହିଁ ସ୍ପଷ୍ଟ ହୋଇପାରେ।ତେବେ ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ସିକ୍ରେଟ ପ୍ଲାନ ଏବଂ ନୂଆ ପ୍ରଦେଶ ଗଠନକୁ ନେଇ ଚାଲିଥିବା ଏହି ଚର୍ଚ୍ଚା ପାକିସ୍ତାନର ଆଗାମୀ ରାଜନୀତିରେ କେତେ ବଡ଼ ପରିବର୍ତ୍ତନ ଆଣିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।