ମେଷ - କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ପରିବାରରେ ଶୁଭ ଆଲୋଚନା ହେବ। ସ୍ୱାସ୍ଥ୍ୟରେ ଖାଦ୍ୟପାନୀୟ ପ୍ରତି ସତର୍କ ରୁହନ୍ତୁ। ଆର୍ଥିକ ଲାଭର ସୁଯୋଗ ମିଳିବ। ଜମି କିମ୍ବା ଯାନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିପାରେ।

ବୃଷ - ଘାତ ଚନ୍ଦ୍ର ପ୍ରଭାବରେ ମାନସିକ ଅସ୍ଥିରତା ରହିପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଯାତ୍ରାରେ ସତର୍କତା ଆବଶ୍ୟକ। ଧୈର୍ଯ୍ୟ ରଖିଲେ କ୍ଷତି ଏଡ଼ାଇବେ। କାହାକୁ ଧନ ଧାର ଦେବାରୁ ବିରତ ରୁହନ୍ତୁ।

ମିଥୁନ - ବ୍ୟବସାୟରେ ମିଶ୍ର ଫଳ ମିଳିବ। ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିପାରେ। ଚାକିରିରେ ପ୍ରଶଂସା ମିଳିବ। ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ। ଧନ ଲେଣଦେଣରେ ଭାବିଚିନ୍ତି କରନ୍ତୁ। ଅନଲାଇନ୍ କାମରୁ ଲାଭର ସୁଯୋଗ ମିଳିବ।

କର୍କଟ - ଭାଗ୍ୟର ସହଯୋଗ ମିଳିବ। ସରକାରୀ କାମରେ ସୁବିଧା ହେବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିପାରିବେ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଅଟକିଥିବା ଟଙ୍କା ଫେରି ପାଇବାର ଯୋଗ ରହିଛି।

ସିଂହ - କର୍ମକ୍ଷେତ୍ରରେ ଚାପ ରହିଲେ ମଧ୍ୟ ସଫଳତା ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ଆୟ ବୃଦ୍ଧିର ସମ୍ଭାବନା ଅଛି। କ୍ରୋଧ ନିୟନ୍ତ୍ରଣ କରନ୍ତୁ। ସାକ୍ଷାତକାର କିମ୍ବା ପଦୋନ୍ନତିରେ ଶୁଭ ସଙ୍କେତ ମିଳିପାରେ।

କନ୍ୟା - ଚନ୍ଦ୍ର ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ଅଧୂରା କାମ ପୂରଣ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ନୂଆ ସମ୍ପର୍କ ଲାଭଦାୟକ ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ପରିଚୟ ଭବିଷ୍ୟତରେ ଉପକାରୀ ହେବ।

ତୁଳା - ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୋପନ ଶତ୍ରୁଙ୍କୁ ଏଡ଼ାନ୍ତୁ। ଧ୍ୟାନ ଓ ବିଶ୍ରାମ ଆବଶ୍ୟକ। ବିଦେଶ ସମ୍ବନ୍ଧୀୟ କାମରେ ଅଗ୍ରଗତି ହୋଇପାରେ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। ଗୁପ୍ତ କଥା କାହା ସହ ଭାଗ କରନ୍ତୁ ନାହିଁ।

ବିଛା - ଆୟର ନୂଆ ଉତ୍ସ ସୃଷ୍ଟି ହେବ। ମିତ୍ରଙ୍କ ସହଯୋଗରେ କାମ ସଫଳ ହେବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ନିବେଶ ପାଇଁ ଦିନଟି ଅନୁକୂଳ। ସାମାଜିକ ସମ୍ମାନ ବଢ଼ିବ। ଦୀର୍ଘଦିନର ଇଚ୍ଛା ପୂରଣ ହେବାର ସମ୍ଭାବନା ଅଛି।

ଧନୁ - କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ମିଳିପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ପରିବାରର ଦାୟିତ୍ୱ ବଢ଼ିବ। ଧନ ପ୍ରାପ୍ତିର ଯୋଗ ରହିଛି। ନିଷ୍ପତ୍ତି ନେବାରେ ସାହସ ଦେଖାନ୍ତୁ। ନୂଆ ଚାକିରିର ସୁଯୋଗ ଆସିପାରେ।

ମକର - ଭାଗ୍ୟ ଉନ୍ନତିର ସୁଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଉଚ୍ଚଶିକ୍ଷା ଓ ପରୀକ୍ଷାରେ ସଫଳତା ମିଳିପାରେ। ଦୂରଯାତ୍ରା ଲାଭଦାୟକ ହେବ। ପିତାଙ୍କ ପରାମର୍ଶ ଉପକାରୀ ହେବ। ଆଇନଗତ କାମରେ ଅଗ୍ରଗତି ହେବ।

କୁମ୍ଭ - ହଠାତ୍ ପରିବର୍ତ୍ତନର ସମ୍ଭାବନା ରହିଛି। ଧନ ସମ୍ବନ୍ଧୀୟ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟରେ ପୁରୁଣା ସମସ୍ୟା ଦେଖାଦେଇପାରେ। ଗବେଷଣା ଓ ଗୁପ୍ତ ବିଦ୍ୟାରେ ଆଗ୍ରହ ବଢ଼ିବ। ଧୈର୍ଯ୍ୟ ରଖନ୍ତୁ। ବୀମା କିମ୍ବା କର ସମ୍ବନ୍ଧୀୟ କାମ ସମାଧାନ ହେବ।

ମୀନ - ଦାମ୍ପତ୍ୟ ଓ ସହଭାଗିତାରେ ସୁଫଳ ମିଳିବ। ବ୍ୟବସାୟିକ ଚୁକ୍ତି ସଫଳ ହୋଇପାରେ। ନୂଆ ଗ୍ରାହକ ଯୋଗ ହେବେ। ପରିବାରରେ ସମନ୍ୱୟ ବଜାୟ ରହିବ। ଆର୍ଥିକ ସ୍ଥିତି ମଜବୁତ ହେବ। ଅବିବାହିତଙ୍କ ପାଇଁ ଶୁଭ ବିବାହ ପ୍ରସ୍ତାବ ଆସିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682