ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ପଶ୍ଚିମ ଏସଆ ସଙ୍କଟ ଯୋଗୁଁ ଉପୁଜିଥିବା ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ନେଇ ଆଶଙ୍କା ବୃଦ୍ଧି ପାଇଛି । ଏବେ ବିନା ଦର୍ଶକରେ ଆୟୋଜିତ ହେବ ପିଏସଏଲ । ଏହା ବ୍ୟତୀତ, ଲିଗ୍ ଏବେ କେବଳ ଦୁଇଟି ସହରରେ ଅନୁଷ୍ଠିତ ହେବ ।

ଲାହୋର ଏବଂ କରାଚୀରେ ହେବ ପିଏସଲ

ପିସିବି ମୁଖ୍ୟ ମୋହସିନ ନକଭୀ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।ସେ କହିଛନ୍ତି, ବିଶେଷକରି ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଯୋଗୁଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ପାକିସ୍ତାନରେ ଇନ୍ଧନ ସଙ୍କଟ ତୀବ୍ର ହୋଇଛି । ଫଳରେ ସମସ୍ତ ମ୍ୟାଚ୍ ଏବେ କେବଳ ଲାହୋର ଏବଂ କରାଚୀରେ ଅନୁଷ୍ଠିତ ହେବ।ପୂର୍ବରୁ ସ୍ଥିର ହୋଇଥିବା ଛଅଟି ସହର ପରିବର୍ତ୍ତେ ଦୁଇଟି ସହରରେ ପିଏସଏଲ ଆୟୋଜିତ ହେବ ।

Also Read: PCBକୁ ଆଉ ଏକ ଝଟକା, PSL ଛାଡ଼ି IPLରେ ସାମିଲ୍ ହେବାକୁ ପ୍ରସ୍ତୁତ ଆଉ ଜଣେ ଖେଳାଳି

ଉଦଘାଟନୀ ଉତ୍ସବ ବାତିଲ

ପିଏସଏଲ ସମୟରେ ଷ୍ଟାଡିୟମଗୁଡ଼ିକ ସମ୍ପୂର୍ଣ୍ଣ ଖାଲି ରହିବ। ପୂର୍ବରୁ କିଣାଯାଇଥିବା ଟିକେଟ୍ ପାଇଁ ଟଙ୍କା ଫେରସ୍ତ କରାଯିବ।ସରକାର ଲୋକମାନଙ୍କୁ ଯାତ୍ରା ସୀମିତ କରିବାକୁ ଅନୁରୋଧ କରିଛନ୍ତି । ସ୍କୁଲ ବନ୍ଦ ଅଛି ଏବଂ ଓ୍ବାର୍କ ଫ୍ରମ ହୋମ୍ ଚାଲିଛି । ଫଳଳରେ ପିସିବି ବଡ଼ ସମାବେଶକୁ ଏଡ଼ାଇବାକୁ ନିଷ୍ପତ୍ତି ନେଇଛି। ପିସିବି ଏହା ମଧ୍ୟ କହିଛି ଯେ, ଯଦି ପରିସ୍ଥିତିରେ ଉନ୍ନତି ହୁଏ, ତେବେ ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟରେ ଦର୍ଶକଙ୍କୁ ଅନୁମତି ଦିଆଯାଇପାରେ। ସେପଟେ ବିସିସିଆଇ ଦ୍ବାରା ଆୟୋଜିତ ଆଇପିଏଲକୁ ନେଇ ଦର୍ଶକଙ୍କ ଗହଣରେ ପ୍ରବଳ ଉତ୍ସାହ

ଫ୍ରାଞ୍ଚାଇଜିଗୁଡ଼ିକୁ କ୍ଷତିପୂରଣ

ଦର୍ଶକଙ୍କ ଅଭାବ ଯୋଗୁଁ ହୋଇଥିବା କ୍ଷତି ପାଇଁ PCB ଫ୍ରାଞ୍ଚାଇଜିଗୁଡ଼ିକୁ କ୍ଷତିପୂରଣ ଦେବ। ଯେଉଁ ପ୍ରଶଂସକମାନେ ପୂର୍ବରୁ ଟିକେଟ୍ କିଣିସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ପେଶାୱର ଭଳି ସହର ଏଥର ମ୍ୟାଚ୍ ଆୟୋଜନ କରିପାରିବ ନାହିଁ, କିନ୍ତୁ PCB ଆଗାମୀ ବର୍ଷ ଅଧିକ ସହରରେ ଟୁର୍ଣ୍ଣାମେଣ୍ଟ ହେବ ବୋଲି ପ୍ରତିଶ୍ରୁତି ଦେଇଛି।